ଓଡିଶା

odisha

ETV Bharat / state

ନାଳରେ ଭାସୁଛି ଶିଶୁ କନ୍ୟାର ମୃତଦେହ, ପହଞ୍ଚିନି ପ୍ରଶାସନ

ବିବାର କେନ୍ଦ୍ରାପଡ଼ା  ଟାଉନ ଥାନା ଅନ୍ତର୍ଗତ ହଜାରିବଗିଚା ନିକଟ ଦେଇ ବହିଯାଇଥିବା ନାଳରେ ସକାଳୁ ଏକ ଶିଶୁ କନ୍ୟାର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Sep 29, 2019, 12:48 PM IST

କେନ୍ଦ୍ରାପଡା: କେନ୍ଦ୍ର ସରକାର କନ୍ୟା ସନ୍ତାନଙ୍କ ପାଇଁ ଅନେକ ଯୋଜନା ଓ ଅଭିଯାନ କରିଥିଲେ ମଧ୍ୟ ପୁଣି ଜଣେ ଶିଶୁକନ୍ୟା ଅଲୋଡା ହୋଇଥିବା ଦେଖିବାକୁ ମିଳିଛି । ରବିବାର କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ହଜାରିବଗିଚା ନିକଟ ଦେଇ ବହିଯାଇଥିବା ନାଳରେ ସକାଳୁ ଏକ ଶିଶୁ କନ୍ୟାର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି ।


ସୂଚନା ଅନୁଯାୟୀ, ଉକ୍ତ ନାଳ ଠାରୁ ମାତ୍ର 500 ମିଟର ଦୂରରେ ରହିଛି କେନ୍ଦ୍ରାପଡା ମେଡିକାଲ ଓ ଘରୋଇ ନର୍ସିଂ । ତେବେ ଗତ ଶନିବାର ରାତିରେ କେହି ଜଣେ ବ୍ୟକ୍ତି ଝିଅ ଜନ୍ମ ହେବାପରେ ତାକୁ ମାରି ନାଳରେ ଭସାଇ ଦେଇଥିବା ଅନୁମାନ କରାଯାଉଛି । ତେବେ ଶିଶୁ କନ୍ୟାର ଶବ ଦୀର୍ଘ ସମୟ ଧରି ଭାସୁଥିଲେ ମଧ୍ୟ ପୋଲିସ କି ପ୍ରଶାସନ ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପହଞ୍ଚି ନାହାଁନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details