ଓଡିଶା

odisha

ETV Bharat / state

ରାସ୍ତାରେ ଅଲୋଡା ଶିଶୁକନ୍ୟା, ଘରୋଇ ମେଡିକାଲକୁ ନେଇ ଉଦବେଗ - New born baby dead in kendrapada

ଅଲୋଡା ଅଲିଅଳି କଅଁଳ କଢୀ । ରାସ୍ତାରେ ଫିଙ୍ଗିଦେଲେ ଅଲୋଡା ଶିଶୁକନ୍ୟା । ହସ୍ପିଟାଲରେ ଜନ୍ମପୂର୍ବରୁ ମୃତ୍ୟବରଣ କରିବାରୁ ରାସ୍ତା କଡ଼କୁ ମୃତଦେହକୁ ଫିଙ୍ଗିଦେଲେ ପରିବାର। ଅଧିକ ପଢନ୍ତୁ...

New born baby dead in kendrapada
ରାସ୍ତାରେ ଫିଙ୍ଗିଲେ ଅଲୋଡା ଶିଶୁକନ୍ୟା,ଘରୋଇ ମେଡିକାଲକୁ ନେଇ ଉଦବେଗ

By

Published : Nov 9, 2021, 10:39 PM IST

କେନ୍ଦ୍ରାପଡା: ଅଲୋଡା ଅଲିଅଳି କଅଁଳ କଢୀ । ରାସ୍ତାରେ ଫିଙ୍ଗିଦେଲେ ଅଲୋଡା ଶିଶୁକନ୍ୟା । ହସ୍ପିଟାଲରେ ଜନ୍ମପୂର୍ବରୁ ମୃତ୍ୟବରଣ କରିବାରୁ ରାସ୍ତା କଡ଼କୁ ମୃତଦେହକୁ ଫିଙ୍ଗିଦେଲେ ପରିବାର। ସରକାରୀ କଟକଣା ସତ୍ତ୍ବେ କିପରି ଘରୋଇ ନର୍ସିଂହୋମ ବଡି ଡିସପୋଜାଲ ନକରି, ଗାଇଡଲାଇନ ଉଲ୍ଲଙ୍ଘନ କରି, ସାଦା କାଗଜରେ ହସ୍ତଖତ କରି ମୃତଦେହକୁ ପରିବାରକୁ ହସ୍ତାନ୍ତର କଲା, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ।

ରାସ୍ତାରେ ଫିଙ୍ଗିଲେ ଅଲୋଡା ଶିଶୁକନ୍ୟା,ଘରୋଇ ମେଡିକାଲକୁ ନେଇ ଉଦବେଗ

ରାସ୍ତା ଉପରେ ପଡିଛି ନବଜାତ ଶିଶୁକନ୍ୟାର ମୃତଦେହ । ରବିବାର ବିଳମ୍ବିତ ରାତିରେ ପାରାଦୀପ -ଚଣ୍ଡିଖୋଲ ୫୩ ନଂ ଜାତୀୟ ରାଜପଥ ବଉଦ ଅଫିସ ଛକରୁ ତିଖିରୀ ରାସ୍ତାର ଶିରିଙ୍ଗିପୁର ନିକଟ ଗୋବରଗାଡିଆ ପୋଲ ଉପରେ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏହି ମୃତଦେହ ଏକ ବ୍ୟାଗରେ ପୋଲ ଉପରେ ପଡିଥିବା ବେଳେ ସ୍ଥାନୀୟ ବାସିନ୍ଦା ଏହି ବ୍ୟାଗରେ କିଛି ଥିବା ସନ୍ଦେହରେ ବ୍ୟାଗଟି ଖୋଲିବାରୁ ଏକ ଶିଶୁକନ୍ୟାର ମୃତଦେହ ଥିବା ଦେଖିବାକୁ ପାଇଥିଲେ । ଶିଶୁକନ୍ୟାର ମୃତଦେହ ସହିତ କେନ୍ଦ୍ରାପଡା ସହରରେ ଥିବା ଏକ ଘରୋଇ ନର୍ସିଂହୋମର ପ୍ରେସ୍କ୍ରିପସନ୍ ଏହି ବ୍ୟାଗରେ ଥିବା ଦେଖିବାକୁ ମିଳିଥିଲା।

ଖବରପାଇ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଶିଶୁକନ୍ୟାର ମୃତଦେହ ଘଟଣାସ୍ଥଳରେ ଆଉ ଦେଖିବାକୁ ମିଳିନଥିଲା ବେଳେ କିଏ ଏଭଳି ଅମାନୁଷିକ ଭାବେ ପୋଲ ଉପରେ ଶିଶୁକନ୍ୟାର ମୃତଦେହକୁ ପକାଇଥିଲା ଏବଂ ଘଟଣାସ୍ଥଳରୁ ମୃତଦେହକୁ କିଏ ନେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷରେ ଘରୋଇ ନର୍ସିଂହୋମ ନାମରେ ପୂର୍ବରୁ ବିଭିନ୍ନ ବେଆଇନ କାର୍ଯ୍ୟରେ ଜଡିତ ଥିବା ନେଇ ଜାତୀୟ ମାନବାଧିକାର କମିଶନରେ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ଏହାକୁ ଅଣଦେଖା କରାଯାଇ ବିଜୁ ସ୍ଵାସ୍ଥ୍ୟକାର୍ଡ ଯୋଜନାରେ ସେବା ଯୋଗାଇବା ପାଇଁ ହସ୍ପିଟାଲକୁ ସ୍ବୀକୃତି ଦିଆଯାଇଛି।

ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଲୋଡିବାରୁ ଏହି ମୃତଦେହଟି ତିଖିରି ଅଞ୍ଚଳର ଓ ଏହାର ଅଭିଭାବିକା ଗୀତାଞ୍ଜଳୀ ମହାରଣା ଗତ ୨ ତାରିଖରୁ ନର୍ସିଂହୋମରେ ଭର୍ତ୍ତି ହୋଇ ୫ ତାରିଖରେ ମୃତ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଏବଂ ମୃତଦେହକୁ ନର୍ସିଂହୋମରୁ ଦସ୍ତଖତ କରି ନେଇଥିବା କହିଛନ୍ତି। ହେଲେ ଏଠାରେ ପ୍ରଶ୍ନ ଉଠୁଛି ବ୍ଲାଙ୍କ ପେପର (ସାଦା କାଗଜରେ)ମୃତ ଶିଶୁକନ୍ୟାର ଅଭିଭାବକଙ୍କ ଦସ୍ତଖତ ନିଆଯାଇଛି କଣ ପାଇଁ।କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନ ଅନୁଯାୟୀ ୱେଷ୍ଟ ମ୍ୟାନେଜମେଣ୍ଟ ପାଇଁ ନିୟମ ରହିଥିଲେ ସୁଦ୍ଧା କଣ ପାଇଁ ଏହାକୁ ସାଇ ନର୍ସିଂହୋମ ପାଳନ କରୁନାହିଁ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି।ଏ ସମ୍ପର୍କରେ ଖବର ପାଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଦନ୍ତ ଆରମ୍ଭ କରିଛି ଓ ଖୁବଶୀଘ୍ର ଏନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ।

ଥରେ ନୁହେଁ ବାରମ୍ବାର ଏଭଳି ଆଇନ ଉଲ୍ଲଙ୍ଘନ କରି ବେଆଇନ କାମ କରୁଥିବା ଘରୋଇ ମେଡିକାଲ ବିରୋଧରେ କେବେ ପ୍ରଶାସନ ପଦକ୍ଷେପ ନେଉଛି ଓ ଏହି ଘଟଣାକୁ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ କିପରି ତଦନ୍ତ କରୁଛି ତାହା ସମୟ କହିବ ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details