ଓଡିଶା

odisha

ETV Bharat / state

ଆଦର୍ଶ ବୁଥରେ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ସରକାରଙ୍କୁ ସେକ୍ଟର ଅଫିସରଙ୍କ ନିବେଦନ - patkura

ଆଉ କେଇ ଘଣ୍ଟା ପରେ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ମୋଟ ୧୪୩୮ଟି ବୁଥ ରହିଥିବା ବେଳେ ୩୫ଟି ଆଦର୍ଶ ବୁଥ ରହିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ପ୍ରଶାସନିକ ଅଧିକାରୀ କଡା ଦୃଷ୍ଟିରେ ରଖିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏହି ଆଦର୍ଶ ବୁଥରେ ଆଉ କିଛି ପୋଲିସ ଯୋଗାଇ ଦେବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ସେକ୍ଟର ଅଫିସର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Apr 29, 2019, 3:48 AM IST

କେନ୍ଦ୍ରାପଡା: ଆଉ କେଇ ଘଣ୍ଟା ପରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଏହି ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବିଧାନସଭା ଆସନ ମଧ୍ୟରୁ 4ଟି ଆସନରେ ନିର୍ବାଚନ ହେବାସହ ଗୋଟିଏ ଲୋକସଭା ଆସନ ପାଇଁ ମତଦାନ କରାଯିବ। ଜିଲ୍ଲାରେ ମୋଟ ୧୪୩୮ଟି ବୁଥ ରହିଥିବା ବେଳେ ୩୫ଟି ଆଦର୍ଶ ବୁଥ ରହିଛି । ଏହି ଆଦର୍ଶ ବୁଥ ମଧ୍ୟରୁ ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ୍ ବ୍ଲକ ଅନ୍ତର୍ଗତ ସୁଭଦ୍ରାପୁର ନିମ୍ନ ମୌଳିକ ପ୍ରାଥମିକ ବିଦ୍ୟାଳୟରେ କରାଯାଇଥିବା ଆଦର୍ଶ ବୁଥର ସେକ୍ଟର ଅଫିସର ପ୍ରବୀର ପରିଜାଙ୍କୁ ଆମ ଇଟିଭି ଭାରତ ଟିମ ଭେଟିଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଆଦର୍ଶ ବୁଥ ପାଇଁ ସରକାରୀ ସ୍ତରରେ ୨୫ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା ବେଳେ ଏହି ବୁଥ ମାନଙ୍କରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଟ୍ରାଇ ସାଇକେଲ ବ୍ୟବସ୍ଥା, ରାମ୍ପ ନିର୍ମାଣ କରାଯାଇଛି । ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ଆଦର୍ଶ ବୁଥରେ ଭୋଟରମାନଙ୍କ ପାଇଁ ସୁବିଧା ସୁଯୋଗ, ପାନୀୟଜଳର ବ୍ୟବସ୍ଥା, ଗ୍ରୀଷ୍ମପ୍ରବାହ ଦୃଷ୍ଟିକୋଣରୁ ଛାମୁଡ଼ିଆ ନିର୍ମାଣ ଆଦି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ତେବେ ଅନ୍ୟ ବଳକା କାର୍ଯ୍ୟ ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଶେଷ ହେବ ବୋଲି ସୂଚନା ଦେଇଛନ୍ତି ସେକ୍ଟର ଅଫିସର । ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ପ୍ରଶାସନିକ ଅଧିକାରୀ କଡା ଦୃଷ୍ଟିରେ ରଖିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏହି ଆଦର୍ଶ ବୁଥରେ ଆଉ କିଛି ପୋଲିସ ଯୋଗାଇ ଦେବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ସେକ୍ଟର ଅଫିସର ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details