ଓଡିଶା

odisha

ETV Bharat / state

‘ବୁଲବୁଲ’ର ମୁକାବିଲା ପାଇଁ କେନ୍ଦ୍ରାପଡାରେ ଏନଡିଆରଏଫ ଟିମ୍‌

ସମ୍ଭାବ୍ୟ ବାତ୍ୟା ବୁଲବୁଲର ମୁକାବିଲା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ଜିଲ୍ଲାରେ ପହଞ୍ଚିଛି 25 ଜଣିଆ ଏନଡିଆରଏଫ ଟିମ୍‌ ।

By

Published : Nov 8, 2019, 12:33 PM IST

‘ବୁଲବୁଲ’ ପାଇଁ କେନ୍ଦ୍ରାପଡାରେ ଏନଡିଆରଏଫ ଟିମ୍‌

କେନ୍ଦ୍ରାପଡା: ସମ୍ଭାବ୍ୟ ବାତ୍ୟା ବୁଲବୁଲର ମୁକାବିଲା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ଜିଲ୍ଲାର 9ଟି ବ୍ଲକରେ ଥିବା ମୋଟ 117ଟି ଆଶ୍ରୟସ୍ଥଳୀରେ ଜେନେରେଟର, ପାନୀୟ ଜଳ ସମେତ ସମସ୍ତ ପ୍ରକାର ଆନୁସାଙ୍ଗୀକ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଜିଲ୍ଲାରେ ପହଞ୍ଚିଛି 25 ଜଣିଆ ଏନଡିଆରଏଫ ଟିମ୍‌ ।

‘ବୁଲବୁଲ’ ପାଇଁ କେନ୍ଦ୍ରାପଡାରେ ଏନଡିଆରଏଫ ଟିମ୍‌

ସୂଚନା ଅନୁଯାୟୀ ପଞ୍ଚାୟତ ଏକ୍‌ଜିକ୍ୟୁଟିଭ ଅଫିସର ଓ ଗ୍ରାମ ରୋଜଗାର ସେବକ ଏହି ସବୁ ଆଶ୍ରୟସ୍ଥଳୀ ଦାୟିତ୍ଵରେ ରହିଛନ୍ତି । ତେଣେ ଜିଲ୍ଲାରେ ଏନଡିଆରଏଫ ଟିମ୍‌ ନିଜ ସହ ବୋଟ, ଲାଇଫ ଜ୍ୟାକେଟ, କଟର୍ ଓ ଜେନେରେଟର ପ୍ରଭୃତି ରଖି ବାତ୍ୟା ମୁକାବିଲା ପାଇଁ ପହଞ୍ଚିଛି । ଟିମ୍‌ ସମସ୍ତ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସୂଚନା ଦେଇଛନ୍ତି ଏନଡିଆରଏଫ ଇନସ୍ପେକ୍ଟର ସୁନୀଲ କୁମାର ଶାନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details