ଓଡିଶା

odisha

ETV Bharat / state

ବନ୍ୟାଞ୍ଚଳରେ ଗୋଖାଦ୍ୟ ସହ ବହି ବାଣ୍ଟିଲା NCC ଆଲୁମିନି ଆସୋସିଏସନ - କେନ୍ଦ୍ରାପଡା ବେଣୀପୁର ଗାଁ

କେନ୍ଦ୍ରାପଡା ବେଣୀପୁର ଗାଁରେ ବନ୍ୟା ପରେ ଗୃହପାଳିତ ପଶୁ ମାନଙ୍କ ପାଇଁ ଗୋଖାଦ୍ୟ ସହ ପିଲା ମାନଙ୍କୁ ବହି ବାଣ୍ଟିଲା କେନ୍ଦ୍ରାପଡା ଏନସିସି ଆଲୁମିନି ଆସୋସିଏସନ । ଅଧିକ ପଢ଼ନ୍ତୁ...

NCC alumni association, distribution of books and cow food, flood affected area of kendrapara, କେନ୍ଦ୍ରାପଡା ଏନସିସି ଆଲୁମିନି ଆସୋସିଏସନ, ଗୋଖାଦ୍ୟ ସହ ବହି ବାଣ୍ଟିଲେ, କେନ୍ଦ୍ରାପଡା ବେଣୀପୁର ଗାଁ, ଗୃହପାଳିତ ପଶୁଙ୍କ ପାଇଁ ଗୋଖାଦ୍ୟ
ବନ୍ୟାଞ୍ଚଳରେ ଗୋଖାଦ୍ୟ ସହ ବହି ବାଣ୍ଟିଲା NCC ଆଲୁମିନି ଆସୋସିଏସନ

By

Published : Sep 12, 2020, 7:18 AM IST

କେନ୍ଦ୍ରାପଡା: ଜିଲ୍ଲାର ଡେରାବିଶ୍‌ ବ୍ଲକ ବେଣୀପୁର ଗାଁର ବିରୂପା ନଦୀବନ୍ଧ ଭାଙ୍ଗି ଗ୍ରାମର ପାଞ୍ଚଟି ୱାର୍ଡକୁ ଛିନ୍ନବିଚ୍ଛିନ୍ନ କରିଥିଲା। ଏବେ ବେଣୀପୁର ଗାଁରେ ପାଣି ନାହିଁ ସତ କିନ୍ତୁ ପାଣି ଛାଡିବା ପରେ ଆଜି ବି ଲୋକେ ଆବଶ୍ୟକୀୟ ସାମଗ୍ରୀ ପାଇବାରୁ ବଞ୍ଚିତ ରହିଛନ୍ତି । ସରକାରୀ ସ୍ତରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଗୃହପାଳିତ ପଶୁ ମାନଙ୍କ ପାଇଁ ବିଶେଷ ଆବଶ୍ୟକତା ରହିଥିଲା ଗୋଖାଦ୍ୟ ଓ ଗାଁର ଛାତ୍ରଛାତ୍ରୀମାନଙ୍କର ଦରକାର ଥିଲା ବହିପତ୍ର। ବନ୍ୟା ବିପନ୍ନଙ୍କର ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ କେନ୍ଦ୍ରାପଡା ଏନସିସି ଆଲୁମିନି ଆସୋସିଏସନ ସହଯୋଗର ହାତ ବଢ଼ାଇ ପ୍ରଶଂସାର ପାତ୍ର ହୋଇଛି।

ବନ୍ୟାଞ୍ଚଳରେ ଗୋଖାଦ୍ୟ ସହ ବହି ବାଣ୍ଟିଲା NCC ଆଲୁମିନି ଆସୋସିଏସନ

ଯେଉଁଭଳି ଭାବେ ବନ୍ୟା ପରିସ୍ଥିତି ଉପୁଜିଥିଲା ଲୋକେ କେବଳ ନିଜର ଜୀବନ ବଞ୍ଚାଇବାକୁ ଯାଇ ଉଚ୍ଚ ଜାଗାକୁ ସ୍ଥାନାନ୍ତରିତ ହୋଇଥିଲେ କିନ୍ତୁ କୌଣସି ଆସବାବପତ୍ରକୁ ସୁରକ୍ଷିତ ରଖି ପାରିନଥିଲେ। ଯାହା ଫଳରେ ପାଣିରେ ଅନେକ କିଛି ଦରକାରୀ ଜିନିଷ ନଷ୍ଟ ହେବା ସହ ନଷ୍ଟ ହୋଇଯାଇଥିଲା ପିଲାଙ୍କ ପାଠବହି । ତେଣୁ ପିଲା ମାନଙ୍କ ଶିକ୍ଷା କ୍ଷେତ୍ରରେ ବ୍ୟାଘାତ ନହେବା ପାଇଁ ଶୁକ୍ରବାର ଏହି ସଂଗଠନର ପୁରାତନ ଛାତ୍ରଛାତ୍ରୀ ମାନେ ମିଶି କ୍ଷତିଗ୍ରସ୍ତ ଅଞ୍ଚଳବାସୀଙ୍କ ଗୃହପାଳିତ ପଶୁଙ୍କ ପାଇଁ ଗୋଖାଦ୍ୟ ସହିତ ବହି, ଖାତା, କଲମ ଓ ପାଠ ପଢିବା ପାଇଁ ସମସ୍ତ ଆବଶ୍ୟକୀୟ ଉପକରଣ ପ୍ରଦାନ କରିଛନ୍ତି। ଯାହାକୁ ନେଇ କେବଳ ବେଣୀପୁର ଅଞ୍ଚଳ ନୁହେଁ ବିଭିନ୍ନ ମହଲରେ କେନ୍ଦ୍ରାପଡା ଏନସିସି ଆଲୁମିନି ଆସୋସିଏସନକୁ ପ୍ରଶଂସା କରାଯାଉଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details