ଓଡିଶା

odisha

ETV Bharat / state

ପାଟକୁରାରୁ ନବୀନ ଲଢନ୍ତୁ: ବିଜୟ ମହାପାତ୍ର - kendrapara

ବିଜେଡି ଦଳରୁ ନବୀନ ପଟ୍ଟନାୟକଙ୍କୁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଆହ୍ବାନ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର । ପାଟକୁରାରେ ନିର୍ବାଚନ କରାଇ ନଦେବା ପାଇଁ ଚାଲିଛି ଷଡଯନ୍ତ୍ର ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

By

Published : Apr 30, 2019, 2:56 PM IST

Updated : Apr 30, 2019, 6:49 PM IST

କେନ୍ଦ୍ରାପଡା: ମୁଖ୍ୟମନ୍ତ୍ରୀ ପାଟକୁରାରୁ ନିଜେ ଲଢ଼ିବା ପାଇଁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ନିବେଦନ । ଆଜି କେନ୍ଦ୍ରାପଡ଼ା ସ୍ବୟଂ ସେଲିବ୍ରେସନ ମଣ୍ଡପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ ଏଭଳି ଏକ ନିବେଦନ କରିବା ସହିତ ମୁଖ୍ୟମନ୍ତ୍ରୀ ନିଜେ ତାଙ୍କ ବିରୁଦ୍ଧରେ ନଲଢ଼ି ମୁଖ୍ୟମନ୍ତ୍ରୀଙ୍କ କାହାକୁ ଏଠାରେ ପ୍ରାର୍ଥୀ କରିଥିବା କହିଛନ୍ତି ବିଜୟ । ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ଡେରାବିଶ, ଗରଦପୁର ଓ ମାର୍ଶାଘାଇ ବ୍ଲକରେ ତିନୋଟି ଖୋଲା ସଭାର ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଶ୍ନର ଉତ୍ତର ରଖିବା ସହ ବ୍ୟୟବହୁଳ ପ୍ରଚାରରୁ ଦୁରେଇ ରହିବାକୁ ମଧ୍ୟ ଆହ୍ବାନ ଦେଇଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡ଼ା ଜିଲ୍ଲାରେ ଗତକାଲି ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ବିଜେପି ସ୍ପଷ୍ଟ ବହୁମତ ପାଇବ ବୋଲି ଦୃଢୋକ୍ତି କରିବା ସହ ପାଟକୁରା ନିର୍ବାଚନ ପାଇଁ ଶାସକ ଦଳ ପ୍ରଥମେ ବିଳମ୍ବିତ କରିବା ଚକ୍ରାନ୍ତରେ ସଫଳ ହେବାପରେ ଏବେ ଏଠାରେ ନିର୍ବାଚନ କରାଇଦେବାକୁ ଚାହୁଁନଥିବା ସେ ଅଭିଯୋଗ କରିଛନ୍ତି । ସ୍ବାଭିମାନୀ ପାଟକୁରାବାସୀ ଏହାର ଉଚିତ ଜବାବ ଦେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜୟ ମହାପାତ୍ର ।

ଏଠାରେ ସୂଚନାଯୋଗ୍ୟ, ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଗତ ୨୦ ତାରିଖରେ ଦେହାନ୍ତ ହେବାପରେ ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଧାନସଭା ନିର୍ବାଚନ ବନ୍ଦ ରହିଥିଲା । ଏହାପରେ ନିର୍ବାଚନ କମିଶନ ଆସନ୍ତା ମେ ୧୯ ତାରିଖରେ ଏଠାରେ ନିର୍ବାଚନ କରାଯିବ ଓ କେବଳ ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଜାରି କରିଥିଲେ । ଗତକାଲି ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିଜେଡି ଏଠାରୁ ପ୍ରାର୍ଥୀ ଘୋଷଣା କରିବା ପରେ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜୟଙ୍କ ପ୍ରତିକ୍ରିୟା ଗୁରୁତ୍ବ ବହନ କରୁଛି ।

ତେବେ ଗତ ୧୦ ତାରିଖରେ ବିଜେଡି ଛାଡି ବିଜେପିରେ ମିଶିଥିବା ଡେରାବିଶ୍ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ ପୁନର୍ବାର ଗତକାଲି ବିଜେଡିରେ ମିଶିବା ଘଟଣାର ପ୍ରତିକ୍ରିୟା ରଖି ବିଜେଡି ନିଲାମ ରାଜନୀତିରେ ବିଶ୍ବାସ କରେ, ବିଜୟ କିମ୍ବା ବିଜେପି ନିଲାମ ରାଜନୀତିରେ ବିଶ୍ବାସ ରଖନ୍ତି ନାହିଁ ବୋଲି କହିଛନ୍ତି ବିଜୟ । ସେହିଭଳି ୧୯୮୦ ମସିହାରେ ପାଟକୁରାରୁ ବିଜୁବାବୁ ବିଜୟୀ ହୋଇଥିବା ଓ ପରେ ଇସ୍ତଫା ଦେଇ ବିଜୟଙ୍କୁ ସେହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିବାରୁ ଏଠାରୁ ନବୀନ ପଟ୍ଟନାୟକଙ୍କୁ ପ୍ରାର୍ଥୀ ହେବାପାଇଁ ନିବେଦନ କରିଛନ୍ତି ବିଜୟ ମହାପାତ୍ର । ଅନ୍ୟପଟେ ବିଜୟଙ୍କ ଏଭଳି ପ୍ରତିକ୍ରିୟାରେ ମତ ରଖି ଅର୍ଥମନ୍ତ୍ରୀ ତଥା ବିଜେଡିର କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ ଶଶୀଭୂଷଣ ବେହେରା ବିଜେଡି ଯାହାକୁ ଛାଡିଛି ତାକୁ ଜନସାଧାରଣ ଛାଡିଛନ୍ତି । ତେଣୁ ବିଜୟଙ୍କ ମନ୍ତବ୍ୟ ସ୍ପଷ୍ଟ ଭୟ ସୃଷ୍ଟି କରୁଛି ବୋଲି ସେ ମତ ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Apr 30, 2019, 6:49 PM IST

ABOUT THE AUTHOR

...view details