ଓଡିଶା

odisha

ETV Bharat / state

ଆଜି ପାଟକୁରାରେ ପ୍ରଚାର କରିବେ ନବୀନ, ସବୁ ‘ବିଜୟ’ ପାଇଁ...

ପାଟକୁରା ଯିବେ, ପ୍ରଚାର କରିବେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ ।

By

Published : Jul 17, 2019, 9:37 AM IST

ଫାଇଲ ଫଟୋ

ଭୁବନେଶ୍ବର: ଆଜି ପାଟକୁରା ନିର୍ବାଚନୀ ମଇଦାନକୁ ଓହ୍ଲାଉଛନ୍ତି ବିଜେଡି ସୁପ୍ରିମୋ । ହାଇଟେକ ବସରେ ପ୍ରଚାର କରିବେ ନବୀନ ପଟ୍ଟନାୟକ । ଗରଦପୁର, ଡେରାବିଶ ଓ ମର୍ଶାଘାଇରେ ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।

ମାଳମାଳ ବିଧାୟକ, ମାଳମାଳ ମନ୍ତ୍ରୀ । ଗତ କିଛିଦିନ ହେଲା ପାଟକୁରାରେ ଡେରା ପକାଇଛନ୍ତି ଏମାନେ । ନିର୍ବାଚନ ପାଇଁ ଚାଲିଛି ଘୋମାଘୋଟ ପ୍ରଚାର । ଆଉ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହେଲିକପ୍ଟରରେ ବାରିମୂଳରେ ଓହ୍ଲାଇବା ପରେ ହାଇଟେକ ବସରେ ପ୍ରଚାର କରିବେ ନବୀନ । ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଭୋଟ ମାଗିବେ । କର୍ମୀଙ୍କ ବିଶ୍ବାସ, ନବୀନ ମାରିବେ ବିଜୟ ମୁଣ୍ଡି ।

ଯଦିଓ ସାଧାରଣ ନିର୍ବାଚନ ସରିଛି, ତଥାପି ମଧ୍ୟ ପାଟକୁରା ନିର୍ବାଚନକୁ ବେଶ ଗୁରୁତର ସହ ନେଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ଯେଉଁଥି ପାଇଁ ବିଜେପୁର ଉପନିର୍ବାଚନ ପରି ପାଟକୁରା ନିର୍ବାଚନରେ ମଧ୍ୟ ଘୋମାଘୋଟ ପ୍ରଚାର ଦେଖିବାକୁ ମିଳୁଛି । ଆଉ ଆଜି ନବୀନଙ୍କ ଗସ୍ତ ଭୋଟରଙ୍କ ଉପରେ ବେଶ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।

For All Latest Updates

ABOUT THE AUTHOR

...view details