କେନ୍ଦ୍ରାପଡା: ନଳକୂପରୁ ପାଣି ବାହାରିବା କଥା ଆମେ ସମସ୍ତେ ଜାଣିଛେ । କିନ୍ତୁ ଏମିତି ଏକ ନଳକୂପ ଯେଉଁଥିରୁ ପାଣି ବାହାରିବା ସହିତ ଅଜବ ଗ୍ୟାସ ମଧ୍ୟ ବାହାରୁଛି । ଯାହା ସମସ୍ତଙ୍କୁ ଚକିତ କରିଛି ।
ତେବେ ଏଥିରୁ ଖାଲି ଗ୍ୟାସ ବାହରୁ ନାହିଁ । ଦିଆସିଲି ମାରିଲେ ନିଆଁ ମଧ୍ୟ ଲାଗୁଛି । ଆଜ୍ଞା ହଁ,ଏ ହେଉଛି କେନ୍ଦ୍ରାପଡ଼ା ମହାକାଳପଡା ବ୍ଲକର ବାହାରଶୋବଳା ଗାଁର ଦୃଶ୍ୟ । ନାରାୟଣ ମହାପାତ୍ରଙ୍କ ବାଡ଼ିରେ ରହିଛି ଏହି ନଳକୂପ ।