ଓଡିଶା

odisha

ETV Bharat / state

ଜାତୀୟ ଜନଜାତି କମିଶନଙ୍କ କେନ୍ଦ୍ରାପଡା ଗସ୍ତ, ଆଦିବାସୀଙ୍କ ସମସ୍ୟା ଉପରେ ଚର୍ଚ୍ଚା - ଆଦିବାସୀଙ୍କ ସମସ୍ୟା ଉପରେ ଚର୍ଚ୍ଚା

ଜାତୀୟ ଜନଜାତି କମିଶନଙ୍କ କେନ୍ଦ୍ରାପଡ଼ା ଗସ୍ତ । ଆଦିବାସୀଙ୍କ ସମସ୍ୟାର ସମଧାନ କରାଯିବ ନେଇ ଦେଲେ ପ୍ରତିଶ୍ରୁତି । ଅଧିକ ପଢ଼ନ୍ତୁ

ଜାତୀୟ ଜନଜାତି କମିଶନଙ୍କ କେନ୍ଦ୍ରାପଡ଼ା ଗସ୍ତ
ଜାତୀୟ ଜନଜାତି କମିଶନଙ୍କ କେନ୍ଦ୍ରାପଡ଼ା ଗସ୍ତ

By

Published : May 7, 2023, 9:11 PM IST

ଜାତୀୟ ଜନଜାତି କମିଶନଙ୍କ କେନ୍ଦ୍ରାପଡ଼ା ଗସ୍ତ

କେନ୍ଦ୍ରାପଡା:ଜାତୀୟ ଜନଜାତି କମିଶନଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ । ଜାତୀୟ ଜନଜାତି କମିଶନ ସଦସ୍ୟ ଅନନ୍ତ କୁମାର ନାୟକ ଜିଲ୍ଲାର ଜନଜାତି ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି । ଶ୍ୟାମ ସୁନ୍ଦରପୁର କଲ୍ୟାଣ ମଣ୍ଡପରେ ଆୟୋଜିତ ବୈଠକରେ ସହର ଉପକଣ୍ଠ ମାଗୁରଗଣ୍ଡ ପାଟଣା ଓ ମଡରପୁର ଜନଜାତି ବସ୍ତିର ଲୋକମାନଙ୍କୁ ଭେଟିଥିଲେ । ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଟିକିନିଖି ଆଲୋଚନା କରିଛି କମିଶନ ।

ବର୍ଷବର୍ଷ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଜନଜାତିମାନଙ୍କ ଜମିପଟ୍ଟା, ଥଇଥାନ ଓ ମୌଳିକ ସମସ୍ୟାର ସମାଧାନ ପାଇଁ ପଦକ୍ଷେପମାନ ନିଆ ଯିବ ବୋଲି କମିଶନ କହିଛି । ପ୍ରଶାସନକୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛି କମିଶନ । ଜନଜାତି ଲୋକମାନଙ୍କ ବାସସ୍ଥାନ ସମ୍ପର୍କରେ ସର୍ଭେ କରି ତୁରନ୍ତ ଜମିପଟ୍ଟା ପ୍ରଦାନ ପାଇଁ କମିଶନର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଦିବାସୀ ଅଭିଯୋଗ କରିଛନ୍ତି, ଜିଲ୍ଲାରେ ବର୍ଷବର୍ଷ ଧରି ବାସ କରି ଆସୁଥିବା ବେଳେ ସେମାନଙ୍କ ଅଧିକାର ପାଇଁ ପ୍ରଶାସନକୁ ଦାବି ଜଣାଉଥିଲେ ବି କେହି କର୍ଣ୍ଣପାତ କରୁନାହାଁନ୍ତି । ସେହିପରି ପିଇବା ପାଣି ମୁନ୍ଦାଏ ପାଇଁ ସେମାନଙ୍କୁ ଦୂରକୁ ଯିବାକୁ ପଡୁଥିବା, ରାସ୍ତାଘାଟ ସୁବିଧା ନାହିଁ । ଯାହାଫଳରେ ଆଜିବି ରୋଗଶଯ୍ୟାରେ ପଡୁଥିବା ଲୋକମାନଙ୍କୁ ଭାରରେ ରାସ୍ତା ପର୍ଯ୍ୟନ୍ତ ଅଣାଯାଉଛି ।

ଜାତୀୟ ଜନଜାତି କମିଶନ ସଦସ୍ୟ ଅନନ୍ତ କୁମାର କହିଛନ୍ତି,‘‘ଏକମାସ ମଧ୍ୟରେ ସମସ୍ତ ସମସ୍ୟାକୁ ପୂରଣ କରିବା ନିମନ୍ତେ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଅଭିଯୋଗକୁ ଗୁରୁତର ସହକାରେ ଗ୍ରହଣ କରାଯାଇଛି । ଆଦିବାସୀଙ୍କୁ ତାଙ୍କର ନାର୍ଯ୍ୟ ପ୍ରଦାନ କରବା ପାଇଁ ଆମର ପ୍ରଚେଷ୍ଟା ରହିବ ।’’

ଅଧିକ ପଢନ୍ତୁ: ଦୀର୍ଘ 22 ବର୍ଷ ଧରି ମାର୍ଶଲ ଆର୍ଟ୍ସ ପ୍ରଶିକ୍ଷଣ ଦେଉଛନ୍ତି ଉମାକାନ୍ତ, ଜାତୀୟ ସ୍ତରରେ ପହଞ୍ଚିଲେଣି ପ୍ରଶିକ୍ଷାର୍ଥୀ

ଏହାସହ ଜନଜାତିଙ୍କୁ ଉଦବୋଧନ ଦେଇ ଅନନ୍ତ କୁମାର କହିଛନ୍ତି, ‘‘ଭାରତର ସ୍ବାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନ ଅତୁଳନୀୟ । ସେହିପରି ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଗୁଜୁରାଟ ଓ ରାଜସ୍ଥାନ ଭଳି ରାଜ୍ୟର ହଜାର ହଜାର ଜନଜାତି ଦେଶର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ପ୍ରାଣବଳୀ ଦେଇଛନ୍ତି । ସେମାନଙ୍କୁ ଦେଶ ଆଜିବି ଝୁରୁଛି ।’’ ଏହି ବୈଠକରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡା, ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, କେନ୍ଦ୍ରାପଡ଼ା ବିଡ଼ିଓ ବନ୍ଦନା ଖଟୁଆ ଓ କେନ୍ଦ୍ରାପଡା ତହସିଲଦାର ଉପସ୍ଥିତ ଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details