ଓଡିଶା

odisha

ETV Bharat / state

ମହାକାଳପଡ଼ାରେ ଅଜଣା ଜନ୍ତୁ ଆତଙ୍କ, ୪ ଦିନରେ ମଲେଣି ୪୦ ମେଣ୍ଢା - ଅଜଣା ଜନ୍ତୁ ଆତଙ୍କ

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ କଳାଗଡ ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ୮ଟି ମେଣ୍ଢାଙ୍କ ମୃ୍ତ୍ୟୁ ହୋଇଥିବା ଆଉ ୮ଟି ମେଣ୍ଢ ଗୁରୁତର ଥିବା ଜଣାପଡିଛି । ଅଧିକ ପଢନ୍ତୁ

ମହାକାଳପଡ଼ାରେ ପୁଣି ମେଣ୍ଢା ମୃତ
mysterious animal

By

Published : Apr 4, 2023, 2:15 PM IST

mysterious animal

କେନ୍ଦ୍ରାପଡା:ପୁଣି ଅଦୃଶ୍ୟ ଅଜଣା ଜନ୍ତୁ ଆତଙ୍କ । ଗୁହାଳରେ ପଶି ମେଣ୍ଢାଙ୍କ ଜୀବନ ନେଉଛି ଅଜଣା ଜନ୍ତୁ । ୮ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ କଳାଗଡ ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ୮ଟି ମେଣ୍ଢାଙ୍କ ମୃ୍ତ୍ୟୁ ହୋଇଥିବା ବେଳେ ଆଉ ୮ଟି ମେଣ୍ଢା ଗୁରୁତର ଥିବା ଜଣାପଡିଛି । ଏନେଇ ଭୟଭୀତ ଯଦୁପୁର ପଞ୍ଚାୟତ କଳାଗଡବାସିନ୍ଦା ।

ତେବେ କଳାଗଡ଼ ଗାଁର ମହନୀ ଦାସ ପ୍ରାୟ ୮୦ଟି ମେଣ୍ଢା ପାଳିଥିଲେ । ଗତ ଶନିବାର ବିଳମ୍ବିତ ରାତିରେ ମହନି ଦାସଙ୍କ ଗୁହାଳ ଘରେ କୌଣସି ଅଜଣା ଜନ୍ତୁ ଆକ୍ରମଣରେ ୩୫ଟି ମେଣ୍ଢା ମୃତ୍ୟୁବରଣ କରିଥିଲେ । ଏନେଇ ମହନୀଙ୍କ ପରିବାର ପକ୍ଷରୁ ରବିବାର ରାତିରେ ଜଗି ରହିଥିଲେ । ହେଲେ ସୋମବାର ଦିନ ବିଳମ୍ବିତ ରାତିରେ ପୁଣି ଅଜଣା ଜନ୍ତୁ ଗୁହାଳ ଘରେ ପଶି ୬ଟି ଛୁଆ ମେଣ୍ଢା ଓ ଦୁଇଟି ବଡ ମେଣ୍ଢାକୁ ମାରି ଦେଇଥିବା ଜଣାପଡିଛି । ୮ଟି ମେଣ୍ଢା ମରିବା ସହିତ ଆଉ ୮ଟି ମେଣ୍ଢା ଗୁରୁତର ଅବସ୍ଥାରେ ଅଛନ୍ତି ।

ଗ୍ରାମବାସୀଙ୍କ କହିବାନୁଯାୟୀ, ଗ୍ରାମରେ ଛୋଟଛୋଟ ପିଲା ବୁଲାବୁଲି କରୁଥିବା ବେଳେ ସେମାନଙ୍କୁ ଅଜଣା ଜନ୍ତୁ ଆକ୍ରମଣ କରିବା ନେଇ ଚିନ୍ତାରେ ରହିଛନ୍ତି । ଏହି ଅଜଣା ଜନ୍ତୁକୁ କୌଣସି ପ୍ରକାର କ୍ୟାମେରା ଲଗାଇ ଦେଖାଯାଉ ଓ ଏହାକୁ ଖୁବଶୀଘ୍ର ଧରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଅଜଣା ଜନ୍ତୁ ମେଣ୍ଢାଚାଷୀଙ୍କ ଗୁହାଳ ଘରେ ପଶି ଆକ୍ରମଣ କରିବା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଗତ ଶନିବାର ଦିନ ମେଣ୍ଢା ଚାଷୀ ମହନୀ ଦାସ ନିଜ ଗୁହାଳ ଘରେ ମେଣ୍ଢା ରଖିଥିବା ବେଳେ ଗତ ରାତିରେ କୌଣସି ଅଜଣା ଜନ୍ତୁ ଏହି ମେଣ୍ଢା ମାନଙ୍କୁ ଆକ୍ରମଣ କରିଥିଲା । ଫଳରେ ୩୫ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଛି । ମୃତ ମେଣ୍ଢା ମାନଙ୍କର ଗଳା ଓ ପେଟରେ ଗଭୀର କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଏହି କ୍ଷତ ଚିହ୍ନ ଅଜଣା ଜନ୍ତୁ ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ କରୁଥିବା ବେଳେ ଗାଁର ଅନ୍ୟ ମେଣ୍ଢା ଚାଷୀମାନେ ଏନେଇ ଭୟଭୀତ ଥିବା ଦେଖାଯାଇଛି । ତେବେ ଗତ ରାତିରେ ଏଭଳି ଘଟଣା ପରେ ଚିନ୍ତାରେ ମହନୀ ଓ ତାଙ୍କ ପରିବାର । ଏନେଇ ପଶୁଧନ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ବିଶେଷଜ୍ଞ ଟିମ ଆସି ଅନୁସନ୍ଧାନ କରିବା ପର୍ଯ୍ୟନ୍ତ ଏହି ମୃତ ମେଣ୍ଢା ମାନଙ୍କୁ ରଖାଯାଇଥିବା ସୂଚନା ମିଳିଛି ।

ତେବେ ଗତ ଦୁଇବର୍ଷ ତଳେ ଡେରାବିଶ୍ ବ୍ଲକ ଅଧିନ ମଙ୍ଗଳପୁର ଗାଁରେ ଏଭଳି ଅଜଣା ଜନ୍ତୁ ଆକ୍ରମଣରେ ୫୦ରୁ ଉର୍ଦ୍ଧ୍ବ ମେଣ୍ଢାଙ୍କର ମୃତ୍ୟୁ ଘଟିବା ଓ ଏନେଇ ସେ ସମୟରେ ବିଭାଗ କୌଣସି ଖିଅ ଖୋଜି ନ ପାଇବା ସେତେବେଳେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା । ସେହିପରି ଏବେ ମହନୀଙ୍କ ମେଣ୍ଢା ମୃତ୍ୟୁ ପଛରେ କଣ କାରଣ ରହିଛି । ସେନେଇ ବିଭାଗ କେତେ ଶୀଘ୍ର ରିପୋର୍ଟ ପ୍ରଦାନ କରିବ ଓ ଏହି ଗରିବ ମେଣ୍ଢା ଚାଷୀ ଜଣଙ୍କୁ କି ପ୍ରକାର ସହଯୋଗ କରିବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details