କେନ୍ଦ୍ରାପଡା: ଆଜି ପବିତ୍ର ଇସଲାମିକ ଧର୍ମର ଭାଇ ଓ ଭଉଣୀଙ୍କ ତ୍ୟାଗ ଓ ବଳିଦାନର ଦିବସ ଇଦ୍-ଉଲ୍-ଜୁହା । ରାଜ୍ୟର ବିଭିନ୍ନ ମସଜିଦରେ ସକାଳୁ ସକାଳୁ ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ୍ ଶୁଭେଚ୍ଛା ଜଣାଉଛନ୍ତି ମୁସଲିମ ସମ୍ପ୍ରଦାୟର ଲୋକେ । ଏଥିପାଇଁ ଚଳଚଞ୍ଚଳ ଓ ଉତ୍ସବମୁଖର ହୋଇ ଉଠିଛି କେନ୍ଦ୍ରାପଡା ସହର ।
କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ସମସ୍ତ ମୁସଲମାନ ଭାଇମାନେ ଆଜି ସକାଳ 8ଟାରୁ ସ୍ଥାନୀୟ ଇଦଘା ପଡ଼ିଆରେ ନମାଜ ପାଠ ପଢିବା ପରେ ପରସ୍ପରକୁ ଆଲିଙ୍ଗନ କରି ମୁବାରକ ଶୁଭେଚ୍ଛା ଜଣାଇଥିଲେ । ତେବେ ପ୍ରତିକୂଳ ପାଗ ସତ୍ତ୍ବେ ବର୍ଷାରେ ଭିଜି ବି ନମାଜ ପଢିଥିଲେ ।