ଓଡିଶା

odisha

ETV Bharat / state

ଜମି ପାଇଁ ମା'ର ଜୀବନ ନେଲା ପୁଅ ! - ମା'ର ଜୀବନ

ପିଶାଚ ସାଜିଲା ଜନ୍ମକଲା ପୁଅ । ଜମି ପାଇଁ ନେଲାଗଲା ମା'ର ଜୀବନ । ଘରେ କେହି ନଥିବାର ସୁଯୋଗ ନେଇ ମାକୁ ପୋଡ଼ି ମାରିଥିବା ଅଭିଯୋଗ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Jul 5, 2019, 10:52 AM IST

Updated : Jul 5, 2019, 2:38 PM IST

କେନ୍ଦ୍ରାପଡା: ରାଜନଗର ତାଳଚୁଆ ମେରାଇନ ଥାନା ଅନ୍ତର୍ଗତ ସୌଳେନ୍ଦ୍ରସରାଇରେ ଅଭାବନୀୟ କାଣ୍ଡ। ଜମିଜମା ବିବାଦ ତଥା ପାରିବାରିକ ଗଣ୍ଡଗୋଳକୁ ନେଇ ନିଜ ଜନ୍ମକଲା ମା'କୁ ପୁଅ ହତ୍ୟା କରିଥିବା ଅଭିଯୋଗ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡା

ତାଳଚୁଆ ପୋଲିସ ୨୯/୧୯ରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ପୁଅକୁ ପୋଲିସ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି । ଅଭିଯୋଗ ମୁତାବକ ସୌଳେନ୍ଦ୍ରସରାଇ ଗାଁର ମୁକ୍ତକେଶୀ ଓଝାଙ୍କର ଦୁଇପୁଅ ମଧ୍ୟରୁ ସାନପୁଅ ସୁକଦେଵ ଓଝା ଜମିବାଡ଼ି ବିବାଦକୁ ନେଇ ଘରେ ସବୁବେଳେ ଝଗଡା କରୁଥିଲା । ଯେହେତୁ ମୁକ୍ତକେଶୀ ତାଙ୍କ ବଡ଼ପୁଅ ଶ୍ରୀକାନ୍ତ ଓଝାଙ୍କ ପାଖରେ ରହୁଥିଲେ। ଜମିବାଡିକୁ ନେଇ ମତମତାନ୍ତର ଅଧିକ ଉଗ୍ରରୂପ ନେବାରୁ ଗୁରୁବାର ଘରେ କେହି ନଥିବାର ସୁଯୋଗ ନେଇ ସାନପୁଅ ସୁକଦେଵ ମା ମୁକ୍ତକେଶୀଙ୍କୁ ପୋଡ଼ି ମାରିଦେଇଛି ।

ମା' କୁ ମାରିଦେବା ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ପ୍ରୟାସ କରୁଥିଲା ସାନପୁଅ । ତେବେ ବଡ଼ ପୁଅ ଶ୍ରୀକାନ୍ତ ଥାନାରେ ଅଭିଯୋଗ କରିଛି । ଅନ୍ୟପକ୍ଷରେ ପୋଲିସ ତଦନ୍ତ ଜୋରଦାର କରିଥିବା ବେଳେ ସୁକଦେବକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jul 5, 2019, 2:38 PM IST

ABOUT THE AUTHOR

...view details