ଓଡିଶା

odisha

ETV Bharat / state

ମହିଳା ସବଇନସପେକ୍ଟରଙ୍କ ବିରୋଧରେ ପ୍ରେମିକଙ୍କୁ ହତ୍ୟା ଅଭିଯୋଗ - kendrapara sp

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ମହିଳା ସବଇନସପେକ୍ଟର ଚନ୍ଦ୍ରିକା ମହାପାତ୍ରଙ୍କ ବିରୋଧରେ କେନ୍ଦ୍ରାପଡ଼ା ଏସପିଙ୍କ ନିକଟରେ ହତ୍ୟା ଅଭିଯୋଗ ହୋଇଛି । ପ୍ରେମିକଙ୍କୁ ହତ୍ୟା ଅଭିଯୋଗ ଆଣିଲେ ମୃତକ ଦେବାଶିଷ ସେଠୀଙ୍କ ମା’ ।

murder alligation
ମହିଳା ସବଇନ୍ସପେକ୍ଟର ବିରୋଧରେ ହତ୍ୟା ଅଭିଯୋଗ

By

Published : Jul 15, 2020, 3:11 PM IST

Updated : Jul 15, 2020, 5:07 PM IST

କେନ୍ଦ୍ରାପଡା: ମହିଳା ସବଇନସପେକ୍ଟର ନାମରେ ହତ୍ୟା ଅଭିଯୋଗ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ମହିଳା ସବଇନସପେକ୍ଟର ଚନ୍ଦ୍ରିକା ମହାପାତ୍ରଙ୍କ ବିରୋଧରେ କେନ୍ଦ୍ରାପଡ଼ା ଏସପିଙ୍କ ନିକଟରେ ହତ୍ୟା ଅଭିଯୋଗ ହୋଇଛି ।

ମହିଳା ସବଇନ୍ସପେକ୍ଟର ବିରୋଧରେ ହତ୍ୟା ଅଭିଯୋଗ

ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା ଜମଧର ଗ୍ରାମର ଅନୁସୂଚିତ ଜାତି ଯୁବକ ଦେବାଶିଷ ସେଠୀ ଓ ମହିଳା ସବ ଇନସପେକ୍ଟର ଚନ୍ଦ୍ରିକା ମହାପାତ୍ରଙ୍କ ମଧ୍ୟରେ ଦୀର୍ଘବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା । ଚନ୍ଦ୍ରିକାଙ୍କ ପାଠ ପଢା, ଚାକିରୀ ଭଳି ବିଭିନ୍ନ କାର୍ଯ୍ୟ ପାଇଁ ଦେବାଶିଷ ଅର୍ଥ ଦେଇଥିଲେ ଏବଂ ଗତ କିଛିଦିନ ତଳେ ଉଭୟଙ୍କ ମଧ୍ୟରେ ବିବାହକୁ ନେଇ ମନମାଳିନ୍ୟ ହୋଇଥିଲା ବୋଲି ଅଭିଯୋଗ ହୋଇଛି ।

ମହିଳା ସବଇନ୍ସପେକ୍ଟର ବିରୋଧରେ ହତ୍ୟା ଅଭିଯୋଗ
ମହିଳା ସବଇନସପେକ୍ଟର ବିରୋଧରେ ପ୍ରେମିକଙ୍କୁ ହତ୍ୟା ଅଭିଯୋଗ

ଦେବାଶିଷଙ୍କୁ ବିବାହ କରିବାକୁ ରାଜି ହେଉ ନଥିବା ଚନ୍ଦ୍ରିକା ପୁରୀର କିଛି ବନ୍ଧୁଙ୍କୁ ଧରି ଗତ 3 ତାରିଖ ଦିନ ଦେବାଶିଷଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରିଛନ୍ତି ବୋଲି ବୁଧବାର କେନ୍ଦ୍ରାପଡ଼ା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଦେବାଶିଷଙ୍କ ମା’ । ଚନ୍ଦ୍ରିକାଙ୍କୁ ଶୀଘ୍ର ନିଲମ୍ବନ କରିବା ସହ ତାଙ୍କୁ ଓ ସହଯୋଗୀ ମାନଙ୍କୁ ଗିରଫ କରିବା ପାଇଁ ଦେବାଶିଷଙ୍କ ମା ଭଗବତୀ ପୋଲିସ ନିକଟରେ ଦାବି କରିଛନ୍ତି । ଏପଟେ ରାଜ୍ୟ ଏସସି ଏସଟି ସେଲ ସଙ୍ଘ ସଭାପତି ହଳଧର ସେଠୀ ମଧ୍ୟ ଏସପିଙ୍କ ନିକଟରେ ସମାନ ଦାବି କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jul 15, 2020, 5:07 PM IST

ABOUT THE AUTHOR

...view details