ଓଡିଶା

odisha

ETV Bharat / state

Municipal Election : କେନ୍ଦ୍ରାପଡାରେ ସରିଲା ମତଦାନ

ଆଜି ରାଜ୍ୟର ପୌର ନିର୍ବାଚନ ଶେଷ ହୋଇଛି । କେନ୍ଦ୍ରାପଡା ମ୍ୟୁନିସିପାଲିଟି ଓ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିରେ ମତଦାନ ଶେଷ ହୋଇଛି । ଅଧିକ ପଢନ୍ତୁ

Municipal Election : କେନ୍ଦ୍ରାପଡାରେ ସରିଲା ମତଦାନ
Municipal Election : କେନ୍ଦ୍ରାପଡାରେ ସରିଲା ମତଦାନ

By

Published : Mar 24, 2022, 8:35 PM IST

କେନ୍ଦ୍ରାପଡା : ରାଜ୍ୟରେ ଶେଷ ହୋଇଛି ପୌର ନିର୍ବାଚନ। କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇଟି ପୌର ପରିଷଦର କିଛି ବୁଥରେ ସଂନ୍ଧ୍ୟା ପର୍ଯ୍ୟନ୍ତ ଭୋଟିଂ ଚାଲିଥିଲା । ମୋଟ ମତଦାନ ସୂଚନା ମିଳିବାରେ ସାମାନ୍ୟ ବିଳମ୍ବ ହୋଇଛି।

Municipal Election : କେନ୍ଦ୍ରାପଡାରେ ସରିଲା ମତଦାନ

ଜିଲ୍ଲାର କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରେ ମୋଟ ୩୬,୫୪୮ ଜଣ ଭୋଟର ରହିଥିବାବେଳେ ଚଳିତ ପୌର ନିର୍ବାଚନରେ ମୋଟ ୨୭,୧୬୦ ଜଣ ଭୋଟର ମତ ସାବ୍ୟସ୍ତ କରିଛନ୍ତି । ଯାହାକି ମୋଟ ମତଦାତାଙ୍କ ସଂଖ୍ୟାର ୭୪.୩୧ ପ୍ରତିଶତ। ସେହିପରି ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିରେ ମୋଟ ୨୯,୮୫୭ ଜଣ ଭୋଟର ରହିଥିବାବେଳେ ୨୨,୪୬୧ ଜଣ ଭୋଟର ମତଦାନ କରିଛନ୍ତି ।

Municipal Election : କେନ୍ଦ୍ରାପଡାରେ ସରିଲା ମତଦାନ

ଯାହାକି ମୋଟ ମତଦାତାଙ୍କ ସଂଖ୍ୟାର ୭୫.୨୩ ପ୍ରତିଶତ । ଉଭୟ ମ୍ୟୁନିସିପାଲିଟିରେ ୭୦ପ୍ରତିଶତରୁ ଊର୍ଦ୍ଧ୍ବ ଭୋଟିଂ ହୋଇଥିବା ବେଳେ ସହରାଞ୍ଚଳରେ ଏହି ପ୍ରତିଶତର ଭୋଟିଂ ପୂର୍ବ ରେକର୍ଡକୁ ଭାଙ୍ଗିଥିବା ସୂଚନା ମିଳିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details