ଓଡିଶା

odisha

ETV Bharat / state

ସରକାରୀ ଘରକୁ ବେଆଇନ ବ୍ୟବହାର ପ୍ରସଙ୍ଗ: ବୈଜୟନ୍ତଙ୍କୁ ଟାର୍ଗେଟ କଲେ ଅନୁଭବ - BAIJAYAN PANDA

ସରକାରୀ ବାସଭବନକୁ ବେଆଇନ ଭାବରେ ମାଡି ବସିଥିବା ଘଟଣାରେ ବୈଜୟନ୍ତଙ୍କୁ ପୁଣି ଟାର୍ଗେଟ କରିଛନ୍ତି ସାଂସଦ ଅନୁଭବ ମହାନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Jul 15, 2019, 12:03 AM IST


କେନ୍ଦ୍ରାପଡା: ଆଜି ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବା ବେଳେ ବୈଜୟନ୍ତଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ସରକାରୀ ବାସଭବନକୁ ବେଆଇନ ଭାବରେ ମାଡି ବସିଥିବା ଘଟଣାରେ ସେ ବୈଜୟନ୍ତଙ୍କୁ ଟାର୍ଗେଟ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଅନୁଭବ କହିଛନ୍ତି, ବୈଜୟନ୍ତ ନିଜ ଦଳର ସୁଷମା ସ୍ବରାଜଙ୍କ ଠାରୁ କିଛି ଶିଖନ୍ତୁ । ସୁଷମା ଏକମାସ ମଧ୍ୟରେ ନିଜ ସରକାରୀ ବାସଭବନ ଖାଲି କରିଥିଲେ । ହେଲେ ବୈଜୟନ୍ତ ନିଜ ପଦବୀରୁ ଇସ୍ତଫା ଦେବାର ୧୩ ମାସ ବିତିଯାଇଥିଲେ ମଧ୍ୟ ସେ ସରକାରୀ ଘରକୁ ଖାଲି କରି ନାହାନ୍ତି । ଯାହାକି ତାଙ୍କର ବେଆଇନ କାମକୁ ଦର୍ଶାଉଛି ।

ଆଇନ ଅନୁଯାୟୀ ଜଣେ ସାଂସଦ ନିଜ ପଦ ଯିବାପରେ ମାତ୍ର ଏକମାସ ପର୍ଯ୍ୟନ୍ତ ଦିଆଯାଇଥିବା ସରକାରୀ ଘରେ ରହିପାରିବେ ଓ ଅଧିକ ଦୁଇମାସ ସେ ସରକାରୀ ଘରକୁ ଭଡା ସୂତ୍ରରେ ନେଇ ତାଙ୍କ କାର୍ଯ୍ୟକଳାପ କରିବେ । କିନ୍ତୁ ବୈଜୟନ୍ତ ଏହା କରି ନ ଥିବା ଅନୁଭବ ଦର୍ଶାଇଛନ୍ତି ।

କିଛିଦିନ ତଳେ ସରକାରୀ ବାସଭବନକୁ ବେଆଇନ ଭାବରେ ମାଡି ବସିଥିବା ଅଭିଯୋଗ କରି ଟ୍ବିଟ କରିଥିଲେ ଅନୁଭବ ମହାନ୍ତି । ଏହାପରେ ଏହାକୁ ବୈଜୟନ୍ତ ଭିତ୍ତିହୀନ ବୋଲି ପ୍ରକାଶ କରିଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details