କେନ୍ଦ୍ରାପଡ଼ା:କିଛି ଦିନ ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଓଲିଉଡର ଷ୍ଟାର କପଲ୍ ଅନୁଭବ ବର୍ଷା । ପୁଣି ଥରେ ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ସାମାଜିକ ଗଣମାଧ୍ୟମରେ ଏକ ଭାବୁକ ପୋଷ୍ଟକୁ ସେୟାର କରିଛନ୍ତି । ସବୁ ଶେଷ ହୋଇଯିବା ଆଗରୁ ଦୟାକରି ମୋ ପିତାମାତାଙ୍କୁ ଶାନ୍ତିରେ ନିଶ୍ବାସ ନେବାକୁ ଦିଅ ବୋଲି ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ସାଂସଦ ଅନୁଭବ ।
ଅନୁଭବ ସୋସିଆଲ ମିଡିଆରେ କରିଥିବା ପୋଷ୍ଟରେ ଲେଖିଛନ୍ତି, "ମୁଁ ହାତଯୋଡି ପ୍ରାର୍ଥନା କରୁଛି ଦୟାକରି ମୋତେ ଓ ମୋ ପିତାମାତାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଅ। ପିତାମାତା ସବୁବେଳେ ସନ୍ତାନ ସନ୍ତତି ମାନଙ୍କର ଖୁସି ଚାହିଁଥାନ୍ତି, ଆମେ ଜାଣିଛୁ କିଏ ଠିକ ଓ କିଏ ଭୁଲ ! ମୋ ବାପା ଏବେ ଆଇସିୟୁରେ ଗୁରୁତର ଅଛନ୍ତି । ସବୁ ଶେଷ ହୋଇଯିବା ଆଗରୁ ଦୟାକରି ମୋ ପିତାମାତାଙ୍କୁ ଶାନ୍ତିରେ ନିଶ୍ବାସ ନେବାକୁ ଦିଅ ।" ଏହି ପୋଷ୍ଟରେ ସେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ ମଧ୍ୟ କରିଛନ୍ତି । ଅନୁଭବଙ୍କ ଏହି ପୋଷ୍ଟରେ ଉଭୟଙ୍କ ଅନେକ ଫ୍ୟାନ୍ସ ପ୍ରତିକ୍ରିୟା ରଖିଛନ୍ତି ।
ଏହା ବି ପଢନ୍ତୁ- Anubhav-Varsha Marital Discord: ଅସମ୍ପୂର୍ଣ୍ଣ ରହିଲା ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା