କେନ୍ଦ୍ରାପଡା: ନିକଟରେ ସିମ ଜାଲିଆତିରେ ଏକ ସାଘାଂତିକ ତଥ୍ୟ ସାମ୍ନାକୁ ଆସିଥିଲା । ଲୋକସଭା ବାଚସ୍ପତିଙ୍କ ନାଁକୁ ବ୍ୟବହାର କରି ହ୍ବାଟ୍ସଆପ ଆକାଉଣ୍ଟ ଖୋଲିଥିଲେ ସାଇବର ଠକ । ସେହି ଫେକ ଆକାଉଣ୍ଟରୁ କେନ୍ଦ୍ରାପଡାର ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ(Anubhav Mohanty) ମେସେଜ ଆସିଛି । ଯାହାକୁ ଟ୍ବିଟରରେ କିଛି ସ୍କ୍ରିନସଟ୍ ସେୟାର କରି ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାଂସଦ ।
ଫେକ୍ ଆକାଉଣ୍ଟରୁ ଆସିଥିବା ମେସେଜକୁ ଟ୍ବିଟରରେ ସେୟାର କରିଛନ୍ତି ସାଂସଦ ଅନୁଭବ । 9480918183 ନମ୍ବରରେ ଲୋକସଭା ବାଚସ୍ପତିଙ୍କ ଫଟୋ ଥିବା ଆକାଉଣ୍ଟରୁ ଅନୁଭବଙ୍କୁ ମେସେଜ ଆସିଛି । ମେସେଜରେ ଲେଖା ଅଛି 'ହ୍ୟାଲୋ ଅନୁଭବ ତୁମେ ବର୍ତ୍ତମାନ କେଉଁଠି ଅଛ ।