ଓଡିଶା

odisha

ETV Bharat / state

ମଝିନଈରେ ଅନୁଭବଙ୍କ ଡଙ୍ଗା, ଏକଘଣ୍ଟା ପାଣିରେ କଲବଲ ଅତିଥି - MP Anubhav Mohanty got escaped

କେନ୍ଦ୍ରାପଡାରେ ଆୟୋଜିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ । ଏଠାରେ ସାଂସଦ ଅନୁଭବ ମାହାନ୍ତିଙ୍କ ସମେତ ଜିଲ୍ଲାପାଳ ଏବଂ ବହୁ ନେତା ଯୋଗ ଦେଇଥିଲେ । ତେବେ ଅନୁଭବ ମହାନ୍ତି ଡଙ୍ଗାର ନାଉରୀ ସାଜିଥିବାବେଳେ ଏକ ଘଣ୍ଟା ପାଇଁ ମଝି ନଈରେ ଅଟକି ଯାଇଥିଲା ବୋଇତ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଡଙ୍ଗାରେ ଥିବା ଅତିଥି ।

ଡଙ୍ଗା ବାହିଲେ ଅନୁଭବ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଡଙ୍ଗାରେ ଥିବା ଅତୀଥି

By

Published : Nov 12, 2019, 7:50 PM IST

କେନ୍ଦ୍ରାପଡ଼ା: ଆ-କା-ମା-ବୈ... ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧରମ ମୋର । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ଧର୍ମମାସ କାର୍ତ୍ତିକର ଅନ୍ତିମ ଦିନ । ଅତୀତରେ ସାଧବ ପୁଅମାନେ ବାଣିଜ୍ୟ କରିବାକୁ ବିଦେଶକୁ ଯିବା ଓ ଆସିବା ସମୟରେ ସାଧବ ବୋହୁମାନେ ସେମାନଙ୍କୁ ବନ୍ଦାଣ କରୁଥିଲେ । ଏହି ପରମ୍ପରାକୁ ଜୀବିତ ରଖିବା ସହ ଓଡ଼ିଆ ସଂସ୍କୃତି ଓ କଳାକୁ ମନେପକାଇବା ପାଇଁ ଆୟୋଜିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ। ତେବେ କେନ୍ଦ୍ରାପଡାରେ ମଧ୍ୟ ଏହି ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ସାଂସଦ ଅନୁଭବ ମହାନ୍ତି ଯୋଗ ଦେଇ ଡଙ୍ଗାର ନାଉରିଆ ସାଜିଥିଲେ । ତେବେ ଏକ ଘଣ୍ଟା ପାଇଁ ମଝି ନଈରେ ଅଟକି ଯାଇଥିଲା ଡଙ୍ଗା । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଡଙ୍ଗାରେ ଥିବା ଅତିଥି ।

ଡଙ୍ଗା ବାହିଲେ ଅନୁଭବ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଡଙ୍ଗାରେ ଥିବା ଅତୀଥି


ଲୁଣା ନଦୀ କଳାପଡା ପଠାରେ କେନ୍ଦ୍ରାପଡା ଜିଲ୍ଲା ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଦିନ ଥିଲା ସାଧବ ପୁଅ ମାନେ ସୁଦୂର, ଜାଭା, ସୁମାତ୍ରା ବାଣିଜ୍ୟ କରିବା ପାଇଁ ଯାଉଥିଲେ ଓ ସେଠାରୁ ବହୁ ମାତ୍ରାରେ ଧନ ଦୌଲତ ନେଇ ଆମ ରାଜ୍ୟକୁ ଫେରୁଥିଲେ । ଏହି ଉତ୍କଳୀୟ ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ କଳପଡାସ୍ଥ ଲୁଣା ନଦୀ ଘାଟ ଠାରେ ଆଜକୁ 13 ବର୍ଷ ହେବ ଏହି କାର୍ଯ୍ୟକ୍ରମ ପାଳିତ ହୋଇଆସୁଛି।


ଏହି ଅବସରରେ ୭ ଜଣ ସାଧବ ବୋହୂ ଓ ତଅପୋଇ ବେଶରେ ସଜ୍ଜିତ ସାଧବାଣୀ ମାନେ ଉଦଧଘାଟକ ଅତିଥି ଓ ଜିଲ୍ଲାପାଳଙ୍କୁ ବନ୍ଦାପନା କରିବା ସହିତ ଏକ ସୁସଜ୍ଜିତ ବୋଇତରେ ସାଧବ ପୁଅମାନଙ୍କୁ ମେଲାଣି ଦେଇଥିଲେ। ଏହି ଉତ୍ସବକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ପୁରୁଷ ଏବଂ ମହିଳା ଏକାଠି ହୋଇଥିଲେ।


ଡଙ୍ଗାଟି ନଦୀଜଳ ମଧ୍ୟରେ ଚାଲୁଥିବା ବେଳେ ସାଂସଦ ଅନୁଭବ ମହାନ୍ତି କାତ ଧରି ଡଙ୍ଗା ବାହିଥିଲେ । କିଛି ସମୟ ପରେ ଡଙ୍ଗା ନଦୀର ଗଭୀର ଜଳ ମଧ୍ୟକୁ ଚାଲିଯାଇଥିଲା । ଯେଉଁଥିପାଇଁ ଦୀର୍ଘ ସମୟ ଧରି ଡଙ୍ଗାରେ ଥିବା ଅତିଥିଙ୍କୁ ହଟହଟା ହେବାକୁ ପଡିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ନଦୀର ଅପରପାର୍ଶ୍ଵରେ ଜିଲ୍ଲାପାଳ ସମର୍ଥ ବର୍ମା ଓହ୍ଲାଇ ପଡିଥିଲେ । ପ୍ରାୟ ୧ ଘଣ୍ଟା ପରେ ଏକ ଦଉଡି ସାହାଯ୍ୟରେ ନାବିକ ଡଙ୍ଗାଟିକୁ କିଛିବାଟ ଟାଣି ଆଣିବା ପରେ ପୁନଶ୍ଚ ଡଙ୍ଗାଟି ଏପଟକୁ ଫେରିଥିଲା ।


ଏତେବଡ଼ ଆୟୋଜନରେ ଏଭଳି ସାଧାରଣ ତ୍ରୁଟିକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଥିଲା । ଡଙ୍ଗା ଫେରିବା ବେଳେ ଜିଲ୍ଳାପାଳଙ୍କ ଅନୁପସ୍ଥିତି ଚଳିତବର୍ଷ ବୋଇତ ବନ୍ଦାଣ ଉତ୍ସବକୁ ଫିକା କରିଦେଇଥିଲା।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details