କେନ୍ଦ୍ରାପଡ଼ା:ପରପୁରୁଷ ପ୍ରେମରେ ପାଗେଳି ହେଲା ମାଆ । ନିଜ ପ୍ରେମକୁ ସଫଳ କରିବା ପାଇଁ ପ୍ରେମିକ ସହ ମିଶି ଜନ୍ମକଲା ପୁଅକୁ ମାରିଦେଲା (mother killed her son over love affair with another man ) । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମାଟିଆପଡା ଗାଁର ସୁକାନ୍ତ ନାଥଙ୍କ ପରିବାରରେ ।
ଦିହୁଡିପୁର ଗାଁର ସସ୍ମିତା ନାଥ ମାଟିଆପଡା ଗାଁର ସୁକାନ୍ତ ନାଥକୁ ବିବାହ କରିଥିଲେ। ସସ୍ମିତାଙ୍କ ତିନୋଟି ପିଲା ଥିବାବେଳେ ସସ୍ମିତାଙ୍କ ସ୍ବାମୀ ସୁକାନ୍ତ ସୁଦୂର ବାଙ୍ଗାଲୋରରେ କାମ କରୁଛନ୍ତି । ତେବେ ପିଲାମାନଙ୍କ ପାଠପଢ଼ା ପାଇଁ ସସ୍ମିତା ପଟ୍ଟାମୁଣ୍ଡାଇରେ ରହୁଛନ୍ତି । ଇତି ମଧ୍ୟରେ ସ୍ବାମୀଙ୍କ ଅନୁପସ୍ଥିତିରେ ସସ୍ମିତା ଗୁପ୍ତିରା ଗାଁର ଲଷ୍ମୀଧର ବାଇ ସହ ଗଢ଼ିଥିଲେ ସମ୍ପର୍କ । ଏହାପରେ ଉଭୟଙ୍କ ଭିତରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ ।
ତଥାକଥିତ ଟ୍ୟୁସନ ସାର ହୋଇ ଲକ୍ଷ୍ମୀଧର ପାଠ ପଢ଼ାଇବା ବାହାନାରେ ଦୀର୍ଘଦିନ ଧରି ସସ୍ମିତାଙ୍କ ସହ ନିବିଡ଼ତା ବଢ଼ାଇଥିଲ। ଏହାପରେ ସସ୍ମିତା ଓ ଲକ୍ଷ୍ମୀଧର ଉଭୟେ ଘରଛାଡି ବାହାରେ ରହିବେ ବୋଲି ଚିନ୍ତା କରିଥିଲେ । ଏପରିକି ପରିବାର ଛାଡି ବିବାହ କରି ଅନ୍ୟତ୍ର ରହିବେ ବୋଲି ଯୋଜନା କରିଥିଲେ । ଏନେଇ ସସ୍ମିତାଙ୍କ ବଡ଼ଝିଅ ଓ ପୁଅକୁ ନିଜ ବାପଘରେ ଛାଡି ନିଜ ପ୍ରେମକୁ ପାଇବାକୁ ଚେଷ୍ଟା କରିଥିଲେ ।
କିନ୍ତୁ ସସ୍ମିତାଙ୍କ ପ୍ରେମରେ କଣ୍ଟା ହେଉଥିଲା ତିନି ବର୍ଷ ବୟସର ସାନପୁଅ। ସାନପୁଅକୁ ନେଇ ବିଭିନ୍ନ ସମୟରେ ସସ୍ମିତା ଓ ଲକ୍ଷ୍ମୀଧରଙ୍କ ମଧ୍ୟରେ ମନ ମାଳିନ୍ୟ ଲାଗି ରହୁଥିଲା। ଶେଷରେ ସାନପୁଅକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ ସସ୍ମିତା ଏବଂ ଲକ୍ଷ୍ମୀଧର । ପରେ ଯୋଜନା ମୁତାବକ ଗତ ଶନିବାର ଶିଶୁ ପୁତ୍ରକୁ ସସ୍ମିତା ଲକ୍ଷ୍ମୀଧରଙ୍କ ଉପରକୁ ଫୋପାଡିବା ପରେ ଲକ୍ଷ୍ମୀଧର ଉକ୍ତ ଶିଶୁ ପୁତ୍ରକୁ କଚାଡି ଦେଇଥିଲେ। ଆଉ ଏହି ସବୁ ଘଟଣା ଦେଖିଥିଲେ ମୃତ ଶିଶୁ ପୁତ୍ରର ଭାଇଭଉଣୀ ।
ଫଳରେ ଶିଶୁ ପୁତ୍ର ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଲୋକ ଦେଖାଣିଆ ଭାବେ ନାଟକୀୟ ଢଙ୍ଗରେ ପୁଅ ଛାତ ଉପରୁ ପଡି ଯାଇଥିବା କହି ମେଡିକାଲ ନେଇଥିଲେ ସସ୍ମିତା । ହେଲେ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ପରେ ଶିଶୁପୁତ୍ରକୁ ନିଜ ବାପ ଘର ଗାଁରେ ସସ୍ମିତା ପୋତି ଦେଇଥିଲା । ଅନ୍ୟପକ୍ଷରେ ଗତକାଲି (ରବିବାର) ସସ୍ମିତାଙ୍କ ବାପଘର ଗାଁରେ ଲକ୍ଷ୍ମୀଧର ପହଞ୍ଚିଥିଲା ।