ଓଡିଶା

odisha

ETV Bharat / state

ନଦୀରେ ଶୌଚ ହେବାକୁ ଯାଇ ମାଆ-ଝିଅଙ୍କ ସଲିଳ ସମାଧି - ଗୋଗୁଆ ପଞ୍ଚାୟତରେ ଅଭାବନୀୟ ଘଟଣା

ଶୌଚ ହେବାକୁ ଯାଇ ନଦୀରେ ଭାସିଗଲେ ମାଆ-ଝିଅ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

By

Published : Aug 6, 2019, 2:22 PM IST

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ଗୋଗୁଆ ପଞ୍ଚାୟତରେ ଅଭାବନୀୟ ଘଟଣା । ଶୌଚ ହେବାକୁ ଯାଇ ନଦୀରେ ସଲିଳ ସମାଧି ପାଲଟିଛନ୍ତି ମାଆ, ଝିଅ ।

ଯଦୁମଣିଙ୍କ ସ୍ତ୍ରୀ ନେଉଳି ଜେନା ଓ ସାନ ଝିଅ ଜେନା(8) ନିକଟସ୍ଥ ଗୋଦାବରୀ ନଦୀକୁ ଶୌଚ ହେବାକୁ ଯାଇଥିଲେ । ପ୍ରଥମେ ଝିଅ ଶୌଚ ହେଉଥିବା ବେଳେ ଗୋଡ ଖସିଯାଇଥିଲା । ଏହା ପରେ ମାଆ ନେଉଳି ଝିଅକୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ପାଣି ସୁଅରେ ଭାସି ଯାଇଥିଲେ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

ତେବେ ଯଦୁମଣିଙ୍କ 2ପୁଅ 2ଟି ଝିଅ । ଦୀର୍ଘ ସମୟର ଧରି ମାଆ ଓ ସାନ ଭଉଣୀ ଘରୁ ନଫେରିବାରୁ ସାନ ପୁଅ ପପୁ ଖୋଜାଖୋଜି କରିବାରୁ ଗୋଦାବରୀ ନଦୀରେ ଭାସୁଥିବାର ଦେଖିବାକୁ ପାଇଥିଲେ ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details