ଓଡିଶା

odisha

ETV Bharat / state

ଧର୍ମ ପରିବର୍ତ୍ତନ କରିବାକୁ ଅମଙ୍ଗ ହେବାରୁ ପିଲାଙ୍କୁ ମାଡ ମାରିଲା ମାଆ, ଥାନାରେ ଅଭିଯୋଗ - ଧର୍ମ ପରିବର୍ତ୍ତନ

ଧର୍ମ ପରିବର୍ତ୍ତନ କରିବାକୁ ପିଲାଙ୍କ ଉପରେ ମାଆର ଅତ୍ୟାଚାର । ଥାନାକୁ ପହଞ୍ଚିଲା ମାମଲା । ଅଧିକ ପଢନ୍ତୁ

mother forced to her children for change religion
mother forced to her children for change religion

By

Published : Jun 19, 2023, 12:48 PM IST

ଧର୍ମ ପରିବର୍ତ୍ତନ କରିବାକୁ ପିଲାଙ୍କୁ ମାଡ ମାରିଲା ମାଆ

କେନ୍ଦ୍ରାପଡା:ଧର୍ମ ପରିବର୍ତ୍ତନ କରିବାକୁ ଜନ୍ମିତ ସନ୍ତାନଙ୍କୁ ବାଧ୍ୟ କରୁଥିଲା ମାଆ। ଗୋ ମାଂସ ଖାଇବାକୁ ଦେବା ସହ ସନ୍ତାନଙ୍କ ଉପରେ କରୁଥିଲା ଅତ୍ୟାଚାର । ନିଜ ଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିବାରୁ ଶେଷରେ ଥାନାର ଦ୍ବାରସ୍ତ ହୋଇଛନ୍ତି ମହିଳାଙ୍କ ତିନି ସନ୍ତାନ । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ରାଜନଗର ଥାନା ଅଞ୍ଚଳରୁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ 10 ବର୍ଷ ହେଲା ଜଣେ ବ୍ୟକ୍ତି ମହିଳାଙ୍କୁ ତାଙ୍କ ସନ୍ତାନମାନଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ କହି ଆସୁଥିଲେ। କିଛିଦିନ ତଳେ ତିନି ଭାଇ ଭଉଣୀଙ୍କୁ ଗୋ ମାଂସ ଖୁଆଇ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ ମହିଳା ଓ ତାଙ୍କ ସହଯୋଗୀ । ଏନେଇ ଥାନାରେ ମହିଳାଙ୍କ ଝିଅ ଲିଖିତ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Mobile Jihad: ଅନ୍‌ଲାଇନ ଗେମ୍‌ରେ କୁନି ପିଲାଙ୍କ ଧର୍ମ ପରିବର୍ତ୍ତନ, ମାଷ୍ଟରମାଇଣ୍ଡ ଗିରଫ

ରାଜନଗର ଥାନା ଗୁପ୍ତି ଅଞ୍ଚଳର ହୃଷିକେଶ ଦଳାଇ ଦୀର୍ଘ ୧୫ବର୍ଷ ଧରି ନିଖୋଜ ଥିବା ବେଳେ ଏହାର ସୁଯୋଗ ନେଇ ରାଜକନିକା ଥାନା ଅଧିନ ମଲ୍ଲିସାରା ଗାଁର ମୀର ରାଜା ତାଙ୍କ ଘରେ ରହି ଆସୁଥିଲେ। ଏହାର ସୁଯୋଗ ନେଇ ହୃଷିକେଶଙ୍କ ପତ୍ନୀଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉଥିଲେ। ଗତ ୧୭ ତାରିଖ ଦିନ ନିଜ 3 ଝିଅ, ପୁଅଙ୍କୁ ନିଜ ଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କରିବା ଓ ଗୋ-ମାଂସ ରୋଷଇ କରି ଖାଇବାକୁ ବାଧ୍ୟ କରିଥିଲେ ।ତେବେ ପିଲାମାନେ ଏଥିରେ ରାଜି ନହେବାରୁ ତାଙ୍କୁ ମାଡ଼ ମାରିବା ସହିତ ଘରୁ ବାହାର କରିଥିଲେ ତାଙ୍କ ମାଆ ।

ଏହା ମଧ୍ୟ ପଢନ୍ତୁ-Love Jihad: ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଇଲା ନାବାଳକ, ଜୀବନ ହାରିଲେ ନାବାଳିକା

ତେବେ ମହିଳାଙ୍କ 4 ସନ୍ତାନ ଥିବା ବେଳେ ପୂର୍ବରୁ ସେମାନେ କେରଳର ଏକ ଘରୋଇ କମ୍ପାନୀରେ ଚାକିରି କରି ଯାହା ଟଙ୍କା ରୋଜଗାର କରୁଥିଲେ ଘରକୁ ପଠାଉଥିଲେ । ସେସବୁ ଟଙ୍କା ତାଙ୍କ ମାଆ ଏବଂ ମୀର ରାଜା ଆତ୍ମସାତ କରିଥିବା ନେଇ ରାଜନଗର ଥାନାରେ ମହିଳାଙ୍କ ଝିଅ ନନ୍ଦିନୀ ଅଭିଯୋଗ କରିଛନ୍ତି । ରାଜନଗର ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କାହାକୁ ପଚରାଉଚରା କରାଯାଇନଥିବା ବେଳେ କାହାରିକୁ ଗିରଫ ମଧ୍ୟ କରାଯାଇ ନାହିଁ । ମହିଳା ଓ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ପଚରାଉଚରା କରିପାରେ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details