କେନ୍ଦ୍ରାପଡ଼ା:ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ଆଉ ଏକ ବଡ ସଫଳତା । ସୂଚନାନୁସାରେ ଅବକାରୀ ବିଭାଗ ଦ୍ବାରା ଗରାପୁରରୁ ଜବତ ହୋଇଛି ୧୫ଗ୍ରାମର ଧଳାଜହର, ଯାହାର ଆନୁମାନିକ ମୂଲ୍ୟ ଦେଢଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହୋଇଥିବା ନେଇ ଅନୁମାନ କରିଛି ଅବକାରୀ ବିଭାଗ । ଏନେଇ ଆଜି (ମଙ୍ଗଳବାର) ପୂର୍ବାହ୍ନରେ କେନ୍ଦ୍ରାପଡ଼ା ସଦର ଥାନା ଅଧିନ କପାଳେଶ୍ୱର ଗାଁର ରାଜୀବ କୁମାର ପତି ନାମକ ଏକ ଯୁବକ ଗରାପୁର ଅଞ୍ଚଳରୁ ବାଇକ୍ ଯୋଗେ ବ୍ରାଉନସୁଗାର ଚୋରା ଚାଲାଣ ହେଉଥିବା ଖବର ପାଇ ଜିଲ୍ଲା ଅବକାରୀ ବିଭାଗ ଜୋରଦାର ଚଢାଉ କରିଥିଲା ।
ଦେଢଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ - Kendrapara Excise Department
ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୧୫ ଗ୍ରାମ ବ୍ରାଉନସୁଗାର ଜବତ । ଜଣେ ଯୁବକ ଗିରଫ । ଅଧିକ ପଢନ୍ତୁ...
ଦେଢଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
ଦେଢଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
ସେପଟେ ଏହି ଚଢାଉରେ ଅବକାରୀ ଇନ୍ସପେକ୍ଟରଙ୍କ ସମେତ କର୍ମଚାରୀମାନେ ତାଙ୍କୁ ଅଟକାଇବା ସହ ଅଭିଯୁକ୍ତ ରାଜୀବ ନିକଟରୁ ୧୫ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଥିଲା । ତେବେ ଅବକାରୀ ବିଭାଗ ବ୍ରାଉନସୁଗାର ଚୋରା ଚାଲାଣ ଅଭିଯୋଗରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବାବେଳେ ବ୍ୟବହୃତ ବାଇକକୁ ଜବତ କରିଥିବା ନେଇ ସୂଚନା ମିଳିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ