ଓଡିଶା

odisha

ETV Bharat / state

ପାନୀୟ ଜଳ ସମସ୍ୟା ନେଇ ଶତାଧିକ ମହିଳାଙ୍କ ରାସ୍ତାରୋକ

ଚକଡା ଦଳିତ ଗାଁରେ ପ୍ରାୟ 30 ପରିବାର ବସବାସ କରୁଥିବା ବେଳେ ବର୍ଷର ବିଭିନ୍ନ ସମୟରେ ଲୋକେ ଜଳ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳନ୍ତି । ଶୁକ୍ରବାର ଏନେଇ ସାନ୍ତସାହି-ଅଙ୍ଗୁଳାଇ ମୁଖ୍ୟରାସ୍ତାକୁ ବନ୍ଦ କରିବା ସହ ତୁରନ୍ତ ଦାବି ପୂରଣ ପାଇଁ ଗର୍ଜନ କରିଛନ୍ତି ଆନ୍ଦୋଳନରତ ମହିଳା ।

women in protest in kendrapara, kendrapara latest news, road block in kendrapara, କେନ୍ଦ୍ରାପଡାରେ ରାସ୍ତାରୋକ, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌, କେନ୍ଦ୍ରାପଡାରେ ମହିଳାଙ୍କ ଆନ୍ଦୋଳନ
ପାନୀୟ ଜଳ ସମସ୍ୟା ନେଇ ଶତାଧିକ ମହିଳାଙ୍କ ରାସ୍ତାରୋକ

By

Published : Jan 10, 2020, 9:09 PM IST

କେନ୍ଦ୍ରାପଡା: କେନ୍ଦ୍ରାପଡା ପୌର ପରିଷଦ ଅଧିନସ୍ଥ 4ନମ୍ବର ୱାର୍ଡର ଚକଡା ଗାଁରେ ପାନୀୟ ପାଣି ଅସୁବିଧା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ମହିଳା। ଶୁକ୍ରବାର ଏନେଇ ସାନ୍ତସାହି-ଅଙ୍ଗୁଳାଇ ମୁଖ୍ୟରାସ୍ତାକୁ ବନ୍ଦ କରିବା ସହ ତୁରନ୍ତ ଦାବି ପୂରଣ ପାଇଁ ଗର୍ଜନ କରିଛନ୍ତି ଆନ୍ଦୋଳନରତ ମହିଳା।

ଚକଡା ଦଳିତ ଗାଁରେ ପ୍ରାୟ 30 ପରିବାର ବସବାସ କରୁଥିବା ବେଳେ ବର୍ଷର ବିଭିନ୍ନ ସମୟରେ ଲୋକେ ଜଳ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳନ୍ତି। ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ସେ ଆରଡବ୍ଲୁଏସଏସ ବିଭାଗର ଯନ୍ତ୍ରୀଙ୍କୁ ସମସ୍ୟାର ସମାଧାନ ସ୍ବରୂପ ପାଇପ ବିଛାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଶୁକ୍ରବାର ଏହି କାମ ଆରମ୍ଭ ହେବା ସମୟରେ ସ୍ଥାନୀୟ ଅଞ୍ଚଳର ଜନୈକ ବ୍ୟକ୍ତି ପାଇପ ବିଛାଯାଉଥିବା ସ୍ଥାନଟି ତାଙ୍କର ବ୍ୟକ୍ତିଗତ ବୋଲି କହି କାମ ବନ୍ଦ କରାଇଥିଲେ।

ପାନୀୟ ଜଳ ସମସ୍ୟା ନେଇ ଶତାଧିକ ମହିଳାଙ୍କ ରାସ୍ତାରୋକ

ଫଳରେ କାମ କରିବାକୁ ଆସିଥିବା ସମସ୍ତ ଶ୍ରମିକ ବାଧ୍ୟ ହୋଇ କାମ ବନ୍ଦ କରି ଚାଲିଯାଇଥିଲେ । ଏଥିରେ ଗାଁର ଶହ ଶହ ମହିଳା ରାସ୍ତାରୋକ କରି ଆନ୍ଦୋଳନରେ ବସିଥିଲେ। ଖବର ପାଇ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହିଞ୍ଚି ମହିଳାଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ସ୍ଥଗିତ ହୋଇଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details