ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ କୋରୋନା ଆକ୍ରାନ୍ତ ସଂଖ୍ୟା 800 ପାର, ତପ୍ତର ପ୍ରଶାସନ - କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ନ୍ୟୁଜ

ସୋମବାର ଠାରୁ କେନ୍ଦ୍ରାପଡାରେ ଆରମ୍ଭ ହେବ କୋରୋନାର ଦ୍ବିତୀୟ ଡୋଜ ଟୀକାକରଣ । ଅଧିକ ପଢନ୍ତୁ...

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : May 8, 2021, 12:04 PM IST

କେନ୍ଦ୍ରାପଡା: ଜିଲ୍ଲାରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାରେ ବର୍ତ୍ତମାନ କୋରୋନା ଆକ୍ଟିଭ ସଂକ୍ରମିତ ସଂଖ୍ୟା 800ରୁ ଉର୍ଦ୍ଧ୍ବ ରହିଥିବା ବେଳେ ସେଥି ମଧ୍ୟରୁ 50 ଶତକଡା ସଂକ୍ରମିତ କେବଳ ଡେରାବିଶ୍, କେନ୍ଦ୍ରାପଡ଼ା ଓ ରାଜନଗର ବ୍ଲକରୁ ଚିହ୍ନଟ ହୋଇଛନ୍ତି। ତେଣୁ ଏହି ତିନୋଟି ବ୍ଲକ ଉପରେ ପ୍ରଶାସନର ବିଶେଷ ଫୋକସ ରହିଥିବା କହିଛନ୍ତି ଜିଲ୍ଲାପାଳ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସେହିପରି ଡେରାବିଶ୍ ବ୍ଲକରେ 4ଟି କଣ୍ଟେନମେଣ୍ଟ ଜୋନ କରାଯାଇ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ଏବଂ ଅନ୍ୟ ଦୁଇଟି ବ୍ଲକରେ ମଧ୍ୟ ଟ୍ରେସିଂ ଉପରେ ଧ୍ୟାନ ଦିଆଯାଉଛି। ଲକଡାଉନ ସମୟ ଚାଲୁ ରହିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା କମିପାରେ ବୋଲି ଆଶା କରିଛନ୍ତୁ ଜିଲ୍ଲା ପ୍ରଶାସନ। ତେବେ ଟୀକାକରଣ ପାଇଁ ହେଉଥିବା ଲମ୍ବାଧାଡ଼ି ଉପରେ ପ୍ରତିକ୍ରିୟା ରଖି ଜିଲ୍ଲାପାଳ କହିଛନ୍ତି ଯେ, ଆସନ୍ତା ସୋମବାର ଠାରୁ ଟୀକାକରଣ ସମସ୍ତ ବ୍ଲକ ହେଡକ୍ବାର୍ଟର ସହ ମ୍ୟୁନିସିପାଲିଟି ଓ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାକେନ୍ଦ୍ରରେ ଚାଲୁ ରହିବ। ହେଲେ କେବଳ କୋଭିଡ ଦ୍ଵିତୀୟ ଡୋଜ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ହିଁ ଏହି ଟିକା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

ଦ୍ଵିତୀୟ ଡୋଜ ନେବାକୁ ଥିବା ବ୍ୟକ୍ତିମାନଙ୍କୁ ଛାଡି ଅନ୍ୟକେହି ଟିକାକେନ୍ଦ୍ରକୁ ଆସିବାକୁ ନେଇ ବାରଣ କରାଯାଇଛି ଏବଂ ପ୍ରଥମ ଡୋଜ ପାଇଁ ରେଜିଷ୍ଟ୍ରେସନ କରିଥିବା ଓ ପ୍ରଥମ ଡୋଜ ପାଇଁ ବୟସ୍କ ବ୍ୟକ୍ତି ମେଡିକାଲକୁ କିମ୍ବା ଟୀକାକରଣ କେନ୍ଦ୍ରକୁ ନଆସିବା ପାଇଁ ନିବେଦନ କରିଛନ୍ତି ।

ଜିଲ୍ଲାପାଳ କହିଛନ୍ତି ଯେ ଟ୍ରାକିଂ,ଟ୍ରେସିଂ ଓ ଟୀକାକରଣ ଉପରେ ଟ୍ରାନ୍ସପରେନ୍ସିଂ ଉପରେ ଧ୍ୟାନ ରଖିଛି ଜିଲ୍ଲା ପ୍ରଶାସନ। ସେହିପରି ତୃତୀୟ ଲହର କୋଭିଡ ପିଲାଙ୍କୁ ଆକ୍ରାନ୍ତ କରିବା ସମ୍ଭାବନା ରହିଥିବାରୁ ସମସ୍ତ କୋଭିଡ ସେଣ୍ଟର ମାନଙ୍କରେ ଆଟେଣ୍ଡାଣ୍ଟ ପାଇଁ ବ୍ୟବସ୍ଥା କରାଯାଉଥିବା।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details