କେନ୍ଦ୍ରାପଡା: ବାହାଘର ଭୋଜି ଖାଇ 70 ଜଣରୁ ଉର୍ଦ୍ଧ୍ଵ ଅସୁସ୍ଥ । ବର୍ତ୍ତମାନ ସୁଦ୍ଧା 20 ଜଣ ଡିସଚାର୍ଜ ହୋଇଥିବା ବେଳେ ଏବେ ବି ଚିକିତ୍ସାଧିନ 50 ଜଣ । ସୂଚନାନୁଯାୟୀ, ଶନିବାର କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ମାଟିଆ ଗାଁର କୁନାଲ ମଲ୍ଲିକ ରାଜନଗର ଥାନା କେରଡ଼ାଗଡ଼ର ନରହରି ମଲ୍ଲିକଙ୍କ ଘରକୁ ବର ହୋଇ ଯାଇଥିଲେ। ତେବେ ବର କୁନାଲ ସହିତ ଯାଇଥିବା 70 ଜଣ ବରଯାତ୍ରୀ କନ୍ୟା ଘରେ ହୋଇଥିବା ବାହାଘର ଭୋଜି ଖାଇ ଆଜି(ରବିବାର) ସମୂହ ଅସୁସ୍ଥ ହୋଇଥିବା ଜଣାପଡିଛି।
ବାହାଘର ଭୋଜି ଖାଇ ୭୦ରୁ ଉର୍ଦ୍ଧ୍ଵ ବରଯାତ୍ରୀ ଅସୁସ୍ଥ
ବାହାଘର ଭୋଜି ଖାଇ 70 ଜଣରୁ ଉର୍ଦ୍ଧ୍ଵ ଅସୁସ୍ଥ ହୋଇଥିବା ସୂଚନା । ବର୍ତ୍ତମାନ ସୁଦ୍ଧା 20 ଜଣ ଡିସଚାର୍ଜ ହୋଇଥିବା ବେଳେ ଏବେ ବି ଚିକିତ୍ସାଧିନ 50 ଜଣ । ଅଧିକ ପଢନ୍ତୁ...
ବାହାଘର ଭୋଜି ୭୦ରୁ ଉର୍ଦ୍ଧ୍ଵ ବରଯାତ୍ରୀ ଅସୁସ୍ଥ
ସମସ୍ତ ବରଯାତ୍ରୀଙ୍କ ଝାଡ଼ାବାନ୍ତି ଶନିବାର ଠାରୁ ଲାଗି ରହିଥିବା ବେଳେ ଚିକିତ୍ସା ପାଇଁ ଏମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ 3 ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ବିଷାକ୍ତ ଖାଦ୍ୟ ଯୋଗୁଁ ଏଭଳି ହୋଇଥିବା ଡାକ୍ତର କହିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ