ଓଡିଶା

odisha

ETV Bharat / state

ଲଞ୍ଚ ହେଲା ‘ମୋ କେନ୍ଦ୍ରାପଡ଼ା’ ଆପ୍, ଦୁର୍ନୀତି ମୁକ୍ତ ହେବ ଜିଲ୍ଲା - ଲଞ୍ଚ ହେଲା ମୋ କେନ୍ଦ୍ରାପଡ଼ା ଆପ୍

କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଭ୍ରଷ୍ଟାଚାର ମୁକ୍ତ, ସ୍ଵଚ୍ଛ ନିର୍ମଳ ଶାସନ ଏବଂ ଉତ୍ତରଦାୟୀ ସେବା ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦ୍ବାରା ‘mo kendrapara’ (ମୋ କେନ୍ଦ୍ରାପଡ଼ା) ଆପ୍‌ର ଉଦଘାଟନ ହୋଇଛି ।

ଲଞ୍ଚ ହେଲା ‘ମୋ କେନ୍ଦ୍ରାପଡ଼ା’ ଆପ୍, ଦୁର୍ନୀତି ମୁକ୍ତ ହେବ ଜିଲ୍ଲା

By

Published : Nov 26, 2019, 8:18 AM IST

କେନ୍ଦ୍ରାପଡ଼ା: ଜିଲ୍ଲା ପ୍ରଶାସନକୁ ଭ୍ରଷ୍ଟାଚାର ମୁକ୍ତ, ସ୍ଵଛ ନିର୍ମଳ ଶାସନ ଏବଂ ଉତ୍ତରଦାୟୀ ସେବା ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦ୍ବାରା ‘mokendrapara’ (ମୋ କେନ୍ଦ୍ରାପଡ଼ା) ଆପ୍‌ର ଉଦଘାଟନ ହୋଇଛି । ସୋମବାର ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ଏହି ଆପ୍ ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସମସ୍ତ ବରିଷ୍ଠ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ଲଞ୍ଚ ହେଲା ‘ମୋ କେନ୍ଦ୍ରାପଡ଼ା’ ଆପ୍, ଦୁର୍ନୀତି ମୁକ୍ତ ହେବ ଜିଲ୍ଲା


ଏହି ଆପ୍‌ରେ ଜିଲ୍ଲା ପ୍ରଶାସନର ୧୩ଗୋଟି ସେବା ଅନ୍ତର୍ଭୁକ୍ତ ରହିଥିବା ସୂଚନା ମିଳିଛି । ଜିଲ୍ଲାର ବିଭିନ୍ନ ଦର୍ଶନୀୟ ସ୍ଥାନ ଯଥା ବଳଦେବଜୀୟୁ ମନ୍ଦିର, ଭିତରକନିକା ଜାତୀୟ ଉଦ୍ୟାନ, ବତୀଘର ଆଦିର ଗମନାଗମନ ସମ୍ବନ୍ଧୀୟ ସୂଚନା ଏହି ଆପରେ ସ୍ଥାନ ପାଇଛି । ଏହାସହ ଆଗାମୀ ଦିନରେ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ମହୋତ୍ସବ, କାର୍ଯ୍ୟକ୍ରମ ଓ ସଭାସମିତି ସମ୍ବନ୍ଧରେ ଜନସାଧାରଣ ଏହି ଆପ ମାଧ୍ୟମରେ ସୂଚନା ପାଇପାରିବେ।


ବିଭିନ୍ନ ସରକାରୀ ଯୋଜନା ଯଥା ଶିକ୍ଷା, ସ୍ବାସ୍ଥ୍ୟ, ପରିବହନ, ପର୍ଯ୍ୟଟନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ହିତକାରୀ ଯୋଜନାର ବିସ୍ତୃତ ତଥ୍ୟ ଏହି ଆପ୍ ମାଧ୍ୟମରେ ଜନସାଧାରଣ ସୂଚନା ପାଇପାରିବେ । ସେହିପରି ଜିଲ୍ଲାର ହସ୍ତଶିଳ୍ପ କାଇଞ୍ଚ, ଜିଲ୍ଲାର ପର୍ବପର୍ବାଣି, ଜିଲ୍ଲାର ପ୍ରସିଦ୍ଧ କିମ୍ବଦନ୍ତୀ, ଐତିହ୍ୟ ଓ ସଂସ୍କୃତି ତଥା କେନ୍ଦ୍ରାପଡ଼ା ପ୍ରସିଦ୍ଧ ରସାବଳୀ, ମଗଜଲଡୁ ସମ୍ବନ୍ଧରେ ତଥ୍ୟ ଏହି ଆପ୍‌ ମାଧ୍ୟମରେ ମିଳିପାରିବ। ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ତଥା କଳାକାର ଭତ୍ତା, ଭିନ୍ନକ୍ଷମ ଭତ୍ତା, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ହିତାଧିକାରୀଙ୍କ ତାଲିକା ମଧ୍ୟ ଏହି ଆପ ମାଧ୍ୟମ ହେବ।


ବିଶେଷ ଭାବରେ ବିଭିନ୍ନ ବ୍ଳକରେ କାର୍ଯ୍ୟରତ କର୍ମଚାରୀ ତଥା ଶିକ୍ଷା, ସ୍ବାସ୍ଥ୍ୟ ଓ ତହସିଲରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଆଗାମୀ ଛୁଟି ତାଲିକା ଏହି ମୋବାଇଲ ଆପ୍‌ରେ ଉପଲବ୍ଧ ହୋଇ କିଏ କେଉଁଦିନ ଉପସ୍ଥିତ ଓ ଅନୁପସ୍ଥିତ ରହିବେ ତାହା ମଧ୍ୟ ସୂଚନା ପାଇବେ ଜନସାଧାରଣ । ତେବେ ଏହି ଆପ୍‌ର ପ୍ରଚାର ପ୍ରସାର ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ଗଣମାଧ୍ୟମର ସହଯୋଗ ଲୋଡିଛନ୍ତି । ତେବେ ଭବିଷ୍ୟତରେ ଏହି ଆପ୍‌ର ଅପଡେଟ କରାଯିବ ବୋଲି ସୂଚନା ମିଳିଛି।


କିପରି ଇନଷ୍ଟଲ କରିବେ ଏହି ଆପ?
Playstore>mokendrapara>continue>login>signal>user registration>title>full name>mobile number>email>password>confirm password>request otp

ପରେ ଆପଣଙ୍କ ମୋବାଇଲ ରେ ଏହି ଆପ ଇନଷ୍ଟଲ ହୋଇଯିବ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details