କେନ୍ଦ୍ରାପଡ଼ା: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ । ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ରାଜନଗରେ ଆରମ୍ଭ ହୋଇଯାଇଛି ଭୋଟ ଗ୍ରହଣ । ରାଜନଗର ବ୍ଲକରେ ମତଦାନ କଲେ ରାଜନଗର ବିଧାୟକ ଧ୍ରୁବ ସାହୁ। ବ୍ଲକର ବେଲପାଳ ପଞ୍ଚାୟତର ମହାକାଳୀ ଉଚ୍ଚ ବିଦ୍ୟାଳୟର ୧୦ନମ୍ବର ବୁଥରେ ମତଦାନ କରିଛନ୍ତି ବିଧାୟକ । ଭୋଟ ଦେବା ପରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।
୧୦ ନମ୍ବର ବୁଥରେ ଭୋଟର ମାନଙ୍କ ମଧ୍ୟରେ ମତଦାନକୁ ନେଇ ଉତ୍ସାହ ରହିଛି, ଵିଶେଷକରି ମହିଳା ଓ ଯୁବକମାନେ ସକାଳୁ ଆସି ମତଦାନ କରୁଥିବା କହିଛନ୍ତି ବିଧାୟକ । ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସମସ୍ତେ ଲମ୍ବା ଧାଡିରେ ରହି ଶୃଙ୍ଖଳିତ ଭାବେ ଭୋଟ ଦେବାକୁ ଆସୁଥିବା ବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନର ପ୍ରତିଶତ ହାର ବୃଦ୍ଧି ହେବ ବୋଲି ଆଶା କରିଛନ୍ତି ବିଧାୟକ ।