ଓଡିଶା

odisha

ETV Bharat / state

ପଟ୍ଟାମୁଣ୍ଡାଇରେ ବାଜିଲା ଶଙ୍ଖ, ବିକାଶ ଲକ୍ଷ୍ୟରେ ଧ୍ରୁବ

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ରାଜନଗରରେ ବାଜିଲା ଶଙ୍ଖ । ବହୁ ଚର୍ଚ୍ଚିତ ରାଜନଗର ଆସନରୁ ଧ୍ରୁବ ସାହୁ ବିଜୟ ମୁକୁଟ ପିନ୍ଧିଛନ୍ତି । ପଟ୍ଟାମୁଣ୍ଡାର ଉନ୍ନତି ଦିଗରେ କାମ କରିବାର ଲକ୍ଷ୍ୟ ସେ ରଖିଛନ୍ତି ।

By

Published : May 25, 2019, 10:29 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଜିଲ୍ଲାର ବହୁ ଚର୍ଚ୍ଚିତ ରାଜନଗର ବିଧାନସଭା ଆସନରେ ବାଜିମାତ କରିଛି ବିଜେଡି । ପଟ୍ଟାମୁଣ୍ଡାଇ ରାଜନଗରୁ ବିଜେଡି ସଭାପତି ତଥା ଯୁବନେତା ଧ୍ରୁବ ସାହୁ ବିଜୟ ଲାଭ କରିଛନ୍ତି । ବହୁ ବାଦ ବିବାଦ ପରେ ମଧ୍ୟ କ୍ଷମତା ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ । ଏଥିସହ ବିଜୟ ପରେ ଏହି ଅଞ୍ଚଳର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ପଟ୍ଟାମୁଣ୍ଡାଇ ରାଜନଗର ଅଞ୍ଚଳର ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରି ଆସୁଛି । ତେଣୁ ସେ ଦିଗରେ କାର୍ଯ୍ୟ କରିବେ । ଏଥିସହ ପଟ୍ଟାମୁଣ୍ଡାଇକୁ ସବ-ଡିଭିଜିନ କରିବାର ଲକ୍ଷ୍ୟ ରଖିଛନ୍ତି । ଏପରିକି ଏ ଅଞ୍ଚଳରେ ପାନୀୟ ସମସ୍ୟାକୁ ନେଇ ସ୍ଥାୟୀ ସମାଧାନ କରିବେ ବୋଲି ସେ କହିଛନ୍ତି ।

କେବଳ ସେତିକି ନୁହେଁ, ଭିତରକନିକା ଭଳି ଅଭୟାରଣ୍ୟର ବିକାଶ କରି ଯୁବପିଢୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଦିଗରେ କାମ କରିବେ ବୋଲି ସେ କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details