ଓଡିଶା

odisha

ETV Bharat / state

ମନ୍ଦିର ଦାନବକ୍ସରୁ ଚୋରି ଉଦ୍ୟମବେଳେ କାବୁ କରିନେଲେ ପୂଜକ

ନୀଳକଣ୍ଠେଶ୍ଵର ମନ୍ଦିର ଦାନବାକ୍ସରୁ ଚୋରି ଉଦ୍ୟମ । ଚୋରଙ୍କୁ ପୋଲିସର ଜିମା ଦେଲେ ପୂଜକ । ଅଧିକ ପଢନ୍ତୁ

By

Published : Jun 17, 2022, 7:38 AM IST

ମନ୍ଦିର ଦାନବକ୍ସରୁ ଚୋରି ଉଦ୍ୟମବେଳେ କାବୁ କରିନେଲେ ପୂଜକ
ମନ୍ଦିର ଦାନବକ୍ସରୁ ଚୋରି ଉଦ୍ୟମ, ଚୋରଙ୍କୁ କାବୁ କଲେ ପୂଜକ

କେନ୍ଦ୍ରାପଡା:ମନ୍ଦିର ଦାନବାକ୍ସରୁ ଚୋରି ଉଦ୍ୟମ । ଦାନବାକ୍ସ ଚୋରି କରୁଥିବା ବେଳେ ଚୋରଙ୍କୁ କାବୁ କଲେ ପୂଜକ । ଗୁରୁବାର ବିଳମ୍ବିତ ରାତିରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅଧିନ କଳପଡା ଗ୍ରାମରେ ଥିବା ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିରରୁ ଏହି ଚୋରି ଉଦ୍ୟମ ହୋଇଛି । ପୂଜକ ଓ ଗ୍ରାମବାସୀମାନେ ୩ ଜଣ ଚୋରକୁ ଧରି ମହାକାଳପଡା ପୋଲିସର ଜିମା ଦେଇଛନ୍ତି । ଏଥିସହ ଚୋରଙ୍କ ନିକଟରୁ ଏକ ନମ୍ବର ବିହୀନ ବାଇକ ଜବତ କରାଯାଇଛି ।

ମନ୍ଦିର ଦାନବକ୍ସରୁ ଚୋରି ଉଦ୍ୟମ, ଚୋରଙ୍କୁ କାବୁ କଲେ ପୂଜକ

ସୂଚନା ମୁତାବକ, ରଜ ଅବସରରେ ନୀଳକଣ୍ଠେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଖୁବ୍ ଭିଡ ଜମି ଥିଲା । ତେଣୁ ଦାନବାକ୍ସରେ ଅଧିକ ଟଙ୍କା ଥିବ ଭାବି ଏହାକୁ ଚୋରି କରିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଚୋରି କରୁଥିବାବେଳେ ଶବ୍ଦ ଶୁଣି ମନ୍ଦିର ନିକଟରେ ଶୋଇଥିବା ଦୁଇ ଜଣ ପୂଜକଙ୍କ ନିଦ ଭାଙ୍ଗି ଯାଇଥିଲା । ସେମାନ ଚୋରଙ୍କୁ ଗୋଟିଏ ଘରେ ବନ୍ଦ କରି ଗ୍ରାମବାସୀଙ୍କୁ ଜଣାଇଥିଲେ । ଏହାପରେ ପୂଜକ ଓ ଗ୍ରାମବାସୀ ମିଶି ତିନି ଜଣ ଚୋରଙ୍କୁ କାବୁ କରିଥିଲେ ଏବଂ ପୋଲିସର ଜିମା ଦେଇଥିଲେ ।

ପ୍ରକାଶଥାଉ କି, ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିରରୁ ପୂର୍ବରୁ ଦୁଇ ଦୁଇ ଥର ଦାନବାକ୍ସ ଚୋରି ହୋଇଛି । ମାତ୍ର କୌଣସି ଚୋର ଧରା ପଡିନଥିଲେ । ପୂର୍ବରୁ ଯେଉଁ ଦାନବାକ୍ସ ଚୋରି ହୋଇଥିଲା । ଏମାନେ ହିଁ ଚୋରି କରିଥାଇପାରନ୍ତି ବୋଲି ମନ୍ଦିରର ପୂଜକମାନେ ଅନୁମାନ କରୁଛନ୍ତି ।

ABOUT THE AUTHOR

...view details