ଓଡିଶା

odisha

By

Published : Dec 29, 2022, 2:02 PM IST

ETV Bharat / state

ଆଳି ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ସନ୍ଧ୍ୟାରେ ବନ୍ଧୁକ ଧରି ଘରେ ପଶିଲେ ଦୁର୍ବୃତ୍ତ

କେନ୍ଦ୍ରାପଡା ଆଳି ଥାନା ଅଧିନ ବିଲିକଣା ଗ୍ରାମର ଅଜୟ ଦାସଙ୍କ ଘରେ ଗତକାଲି ସନ୍ଧ୍ୟାରେ ବନ୍ଧୁକ ଦେଖାଇ ଘରୁ ଲୁଟ ଉଦ୍ୟମ କରି ଫେରାର ହୋଇଯାଇଛନ୍ତି । ସନ୍ଧ୍ୟା ସମୟରେ ଏଭଳି କାଣ୍ଡ ଘଟାଇ ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ କରିଥିବା ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

miscreant trying to loot in kendrapara
miscreant trying to loot in kendrapara

miscreant trying to loot in kendrapara

କେନ୍ଦ୍ରାପଡା:ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ କଲେ ଦୁର୍ବୃତ୍ତ । ଗତ ସନ୍ଧ୍ୟାରେ ବନ୍ଧୁକ ଦେଖାଇ ଆଳି ଥାନା ଅଞ୍ଚଳରେ ଜଣଙ୍କ ଘରୁ ଲୁଟ ଉଦ୍ୟମ କରି ଫେରାର ହୋଇଯାଇଛନ୍ତି । ତେବେ ବନ୍ଧୁକ ଓ ଗାଡି ଛାଡି ଫେରାର ହେବା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଆଳି ଥାନା ଅଧିନ ବିଲିକଣା ଗ୍ରାମର ଅଜୟ ଦାସଙ୍କ ଛାତ ବାଟ ଦେଇ ଗତ ସନ୍ଧ୍ୟାରେ ଜଣେ ଦୁର୍ବୃତ୍ତ ସିଡି ମାଧ୍ୟମରେ ଘରକୁ ଓହ୍ଲାଉଥିଲା । ଏହି ସମୟରେ ଅଜୟଙ୍କ ବୋହୂ ସିଡିଘର କବାଟ ବନ୍ଦ କରିବା ପାଇଁ ଶାଶୁଙ୍କ ସହ ଉପରକୁ ଯିବା ସମୟରେ ଲୁଚି ରହିଥିବା ଦୁର୍ବୃତ୍ତ ଜଣକ ହଠାତ ବନ୍ଧୁକ ଦେଖାଇ ଉଭୟ ଶାଶୁ ଓ ବୋହୁଙ୍କୁ ଭୟଭୀତ କରାଇଥିଲା । ପ୍ରାଣ ବିକଳରେ ଉଭୟ ଶାଶୁବୋହୂ ରାସ୍ତାକୁ ଦୌଡ଼ି ଆସି ଡାକ ଛାଡିବାରୁ ରାସ୍ତାରେ ଯାଉଥିବା ଜଣେ କାର ଚାଳକ ଅଟକି ଅନ୍ୟ ମାନଙ୍କୁ ଡାକି ଆସିବାରେ ଦୁର୍ବୃତ୍ତ ଜଣଙ୍କ ସାଙ୍ଗରେ ଆଣିଥିବା ବନ୍ଧୁକ ଓ ଗାଡିକୁ ଛାଡି ଫେରାର ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ବଲିଉଡକୁ ଝଟ୍‌କା, ହୃଦଘାତରେ ଆଖି ବୁଜିଲେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ନିତିନ ମନମୋହନ

ଏନେଇ ଆଳି ଥାନାକୁ ଜଣାଇବା ପରେ ଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଓ ବନ୍ଧୁକ ଜବତ କରିବା ସହ ତଦନ୍ତ ଚଳାଇଥିବା କହିଛନ୍ତି ଆଳି ଆଇଆଇସି । ତେବେ ସନ୍ଧ୍ୟା ସମୟରେ ରାଜ୍ୟ ରାଜପଥ କଡରେ ଥିବା ଘରେ ଦୁର୍ବୃତ୍ତଙ୍କ ବନ୍ଧୁକ ଧରି ପ୍ରବେଶକୁ ପୋଲିସ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ବୋଲି କହିଛନ୍ତି ସ୍ଥାନୀୟ ଜନସାଧାରଣ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details