ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ ଲଜ୍ୟା, ନାବାଳିକାକୁ ଦୁଷ୍କର୍ମ କରି ଅଭିଯୁକ୍ତ ଗିରଫ - ନାବାଳିକାକୁ ଦିଷ୍କର୍ମ କରି ଗିରଫ

କେନ୍ଦ୍ରାପଡା ଜିଲ୍ଲାରେ ପୁଣି ଲଜ୍ୟା । ନାବାଳିକାକୁ ଆଇସକ୍ରିମ ପ୍ରଲ୍ଲଭନ ଦେଖାଇ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତକୁ ଗିରଫ କଲା ପୋଲିସ ।

କେନ୍ଦ୍ରାପଡାରେ ଲଜ୍ୟା, ନାବାଳିକାକୁ ଦିଷ୍କର୍ମ କରି ଅଭିଯୁକ୍ତ ଗିରଫ

By

Published : Oct 6, 2019, 3:12 PM IST

କେନ୍ଦ୍ରାପଡା: ଜିଲ୍ଲାରେ ପୁଣି ଲଜ୍ୟା । ଶନିବାର ସନ୍ଧ୍ୟାରେ ଡେରାବିଶ୍ ଥାନା ଅଞ୍ଚଳର ପଲେଇରେ ଥିବା ନାଲୁ ବାବାଙ୍କ ଆଶ୍ରମରେ ଦୁର୍ଗା ପୂଜା ଚାଲିଥିବା ସମୟରେ ଘଟିଛି ଲଜ୍ୟା ଘଟଣା । ଏଠାରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି ।

କେନ୍ଦ୍ରାପଡାରେ ଲଜ୍ୟା, ନାବାଳିକାକୁ ଦୁଷ୍କର୍ମ କରି ଅଭିଯୁକ୍ତ ଗିରଫ


ପଞ୍ଚାନନ ନାଥ ନାମକ (୨୨) ଜଣେ ଯୁବକ ଛଅ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଡେରାବିଶ୍ ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ସ୍ଥାନୀୟ ଅଞ୍ଚଳର ନାବାଳିକା ଝିଅ ନିଜ ମାମୁଁ ଘର ପଲେଇକୁ ଦୁର୍ଗା ପୂଜା ଦେଖିବାକୁ ଯାଇଥିଲେ । ଏହି ସମୟରେ ଏଭଳି ଅମାନୁଷିକ ଘଟଣା ଘଟିଛି।

ନାବାଳିକାକୁ ଅଭିଯୁକ୍ତ ଟଙ୍କା ଓ ଆଇସକ୍ରିମର ଲୋଭ ଦେଖାଇ ପାଖକୁ ଡାକି ଏଭଳି କାଣ୍ଡ ଭିଆଇଛି । ଏନେଇ ଡେରାବିଶ୍ ଥାନା ଅଧିକାରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି । ତେବେ ଅଭିଯୋଗକୁ ଭିତ୍ତି ଡେରାବିଶ୍ ଥାନା ପୋଲସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details