ଓଡିଶା

odisha

ETV Bharat / state

ସ୍କୁଲରୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ, ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ - ଛାତ୍ରୀଙ୍କୁ ଅପହରଣ

Minor girl kidnapped: କେନ୍ଦ୍ରାପଡାରେ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ । ପୋଲିସର ନିରବତାକୁ ନେଇ ପ୍ରଶ୍ନବାଚୀ । ଅଧିକ ପଢନ୍ତୁ

minor girl kidnapped
minor girl kidnapped

By ETV Bharat Odisha Team

Published : Jan 19, 2024, 12:48 PM IST

minor girl kidnapped

କେନ୍ଦ୍ରାପଡା: ସ୍କୁଲରୁ ଫେରୁଥିବା ସମୟରେ ନାବାଳିକାଙ୍କୁ ଅପହରଣ ଅଭିଯୋଗ । ଘଟଣାର ତିନିଦିନ ପରେ ବି ମିଳିନି ନାବାଳିକାଙ୍କ ପତ୍ତା । ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଚୁପ ବସିଛି ପୋଲିସ । ଯାହା ପୋଲିସ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ସଦର ଥାନା ଅଧିନସ୍ଥ ନରହରିପୁର ଗାଁରୁ । ଅପହରଣ ହୋଇଥିବା ନାବାଳିକା ହେଉଛନ୍ତି ନରହରି ଜେନାଙ୍କ ଝିଅ ଯମୁନା ଜେନା । ଗତ ମଙ୍ଗଳବାର ସେ ସ୍କୁଲରୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ନରହରି ଜେନା ବାହାର ରାଜ୍ୟରେ ରହୁଥିବା ବେଳେ ତାଙ୍କ ପତ୍ନୀ ପ୍ରମିଳା ଦୁଇ ଯାଅଁଳା ଝିଅ ଗଙ୍ଗା ଓ ଯମୁନାଙ୍କ ସହ ଘରେ ରୁହନ୍ତି । ଗତ ମଙ୍ଗଳବାର ଦିନ ସୋରିଷିଆ ଗାଁ ସ୍କୁଲକୁ ପାଠ ପଢିବା ପାଇଁ ଦୁଇ ଭଉଣୀ ଯାଇ ଫେରୁଥିଲେ । ଅଧାବାଟରେ ସାଇକେଲ ଖରାପ ହେବାରୁ ଗଙ୍ଗା ଓ ଯମୁନା ଚାଲିଚାଲି ଫେରୁଥିଲେ । ଏହି ସମୟରେ ଏକ କାରରେ ଚାରିଜଣ ଦୁର୍ବୃତ୍ତ ମୁହଁରେ କଳା ମୁଖା ପିନ୍ଧି ଯମୁନା ଆଗରେ ଛିଡାହୋଇଯାଇଥିଲେ । ଏହାପରେ ଯମୁନାକୁ ଗାଡି ଭିତରକୁ ଟାଣି ନେଇଥିବା ସଦର ଥାନାରେ ଅଭିଯୋଗ କରିଛନ୍ତି ଅପହରଣ ହୋଇଥିବା ଛାତ୍ରୀଙ୍କ ମାଆ ।

ଏହା ମଧ୍ୟ ପଢନ୍ତୁ-Minor Girl Kidnap Case; ନ୍ଯାୟ ପାଇଁ SP ଅଫିସ୍‌ ସାମ୍ନାରେ ପରିବାରର ଧାରଣା

ଗାଁର ଚନ୍ଦନ ଜେନା ଝିଅକୁ ଅପହରଣ କରିନେଇଥିବା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରମିଳା । ସେ କହିଛନ୍ତି, '' ଝିଅ ଗଙ୍ଗା ଓ ଯମୁନାଙ୍କୁ ଚନ୍ଦନ ଆଗରୁ ଟଙ୍କା, ଚକୋଲେଟ ଓ କୁରୁକୁରି ଇତ୍ୟାଦି ଦେଉଥିଲା । ଚନ୍ଦନ ଆମ ପଡୋଶୀ । ସେ ବିବାହିତ ହୋଇଥିଲେ ମଧ୍ୟ ବେଳେ ବେଳେ ନାବାଳିକାଙ୍କୁ ବାହା ହେବ ବୋଲି କହୁଥିଲା । କିନ୍ତୁ ଏହାକୁ ଥଟ୍ଟା ଭାବି ସମସ୍ତେ ଭୁଲି ଯାଉଥିଲେ । ଚନ୍ଦନ ମୋ ଝିଅକୁ ଅପହରଣ କରିନେଇଛି ଏଥିରେ କୌଣସି ସନ୍ଦେହ ନାହିଁ। '' ଏହି ଅଭିଯୋଗ ନେଇ ମହିଳା ଜଣଙ୍କ ସ୍ଥାନୀୟ ସରପଞ୍ଚଙ୍କ ଦ୍ଵାରସ୍ଥ ହୋଇ ଗୁହାରୀ କରିବାରୁ ସରପଞ୍ଚ କେଶକୁ ରଫାଦଫା କରିଦେବାକୁ କହିଥିଲେ । ହେଲେ ଯମୁନାର ମାଆ ଏଥିରେ ରାଜି ହୋଇନଥିଲେ। ମୋ ଝିଅକୁ ଚନ୍ଦନ ଅପହରଣ କରିଛି ମୁଁ କେଶ କରିବି ବୋଲି କହିବାରୁ ସରପଞ୍ଚ କୌଣସି ପଦକ୍ଷେପ ନେଇନଥିବା କହିଛନ୍ତି ।

ତେବେ ଗତ ଦୁଇ ସପ୍ତାହ ତଳେ ନିକିରାଇ ଅଞ୍ଚଳର ଏକ 13 ବର୍ଷର ନାବାଳିକାକୁ ତାର ମଉସା ଅପହରଣ କରି ନେଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାରେ ପୋଲିସ କୌଣସି ସୁରାକ ପାଇନଥିବା ବେଳେ ଆଉ ଜଣେ ନାବାଳିକା ଅପହରଣ ଘଟଣା ସାମ୍ନାକୁ ଆସିଛି । ବାରମ୍ବାର ଅପହରଣ ଘଟଣାକୁ ନେଇ ଅଭିଭାବକଙ୍କ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୋଲିସ ଏଥି ପ୍ରତି ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details