ଓଡିଶା

odisha

ETV Bharat / state

କୁମ୍ଭୀର ସହ ଅଧଘଣ୍ଟା ଲଢିଲେ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ନାବାଳକ - କେନ୍ଦ୍ରାପଡା ନାବାଳକ କୁମ୍ଭୀର ଆକ୍ରମଣ ଖବର

ଚଳିତ ମାସରେ କେନ୍ଦ୍ରାପଡ଼ାରେ କୁମ୍ଭୀର ଆକ୍ରମଣରେ ଦୁଇଜଣ ମୃତ୍ୟୁବରଣ କରିଥିବା ବେଳେ ଆଜି (ସୋମବାର) ଜଣେ ନାବାଳକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ଅଧିକ ପଢନ୍ତୁ

ନିଜ ବୁଦ୍ଧି ବଳରେ କୁମ୍ଭୀର ମୁଖରୁ ବଞ୍ଚିଲେ ନାବାଳକ
vନିଜ ବୁଦ୍ଧି ବଳରେ କୁମ୍ଭୀର ମୁଖରୁ ବଞ୍ଚିଲେ ନାବାଳକ

By

Published : May 30, 2022, 10:17 PM IST

କେନ୍ଦ୍ରାପଡା: କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ ଦେଖିବାକୁ ମଳୁଛି । ଚଳିତ ମାସରେ କୁମ୍ଭୀର ଆକ୍ରମଣରେ ଦୁଇଜଣ ମୃତ୍ୟୁବରଣ କରିଥିବା ବେଳେ ଆଜି(ସୋମବାର) ଜଣେ ନାବାଳକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ଗୁରୁତର ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରାଯାଇ କଟକକୁ ଚିକିତ୍ସା ପାଇଁ ପଠାଯାଇଛି । ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଲୁରିଆ ପଞ୍ଚାୟତ ଅରାଜି ଗ୍ରାମର ମନୋଜ ସାହୁଙ୍କ ୧୩ ବର୍ଷୀୟ ପୁଅ ଓମପ୍ରକାଶ ସାହୁ ଆଜି ମଧ୍ୟାହ୍ନରେ ସାଙ୍ଗମାନଙ୍କ ସହ ସ୍ଥାନୀୟ ‘କାଣୀ’ ନଦୀରେ ଗାଧୋଉଥିବା ସମୟରେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ ।

ନିଜ ବୁଦ୍ଧି ବଳରେ କୁମ୍ଭୀର ମୁଖରୁ ବଞ୍ଚିଲେ ନାବାଳକ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ପ୍ରାୟ ୧୦ ଫୁଟର ଏକ କୁମ୍ଭୀର ଓମପ୍ରକାଶଙ୍କୁ ମଝି ନଇ ଭିତରକୁ ଝାମ୍ପି ନେଇଥିଲା । ଅତି ସାହସର ସହିତ ନାବାଳକ ଜଣଙ୍କ କୁମ୍ଭୀର ପାଖରୁ ନିଜକୁ ବଞ୍ଚାଇବାକୁ ସଫଳ ହୋଇଥିଲେ । ପରେ ସାଙ୍ଗମାନେ ଗାମୁଛା ପକାଇ କୂଳକୁ ଟାଣି ଆଣି ଉଦ୍ଧାର କରିଥିଲେ । ନାବାଳଙ୍କ ଶରୀରର ଅନେକ ସ୍ଥାନରେ କୁମ୍ଭୀର କାମୁଡିଥିବାରୁ ନାବାଳକ ଜଣକ ଅଚେତ ହୋଇପଡ଼ିଥିଲେ ।ପ୍ରଥମେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

For All Latest Updates

TAGGED:

ABOUT THE AUTHOR

...view details