କେନ୍ଦ୍ରାପଡ଼ା: ଗାଁରେ ବୁଲି କପଡା ବିକ୍ରି କରୁଥିବା ଜଣେ ଯୁବକକୁ 6ବର୍ଷର ଶିଶୁପୁତ୍ରଙ୍କୁ ଅପ୍ରାକୃତିକ ଯୌନ ସଂମ୍ପର୍କ ରଖିଥିବା ଅଭିଯୋଗରେ ଜେଲ ଯିବାକୁ ପଡିଛି । ଘଟଣାଟି ମାର୍ଶାଘାଇ ଥାନା ଅଞ୍ଚଳର ହୋଇଥିବା ବେଳେ ସଂପୃକ୍ତ ଯୁବକ ଜଣକ ଉତ୍ତରପ୍ରଦେଶ ମୁଜାଫରନଗର ଜିଲ୍ଲା ହୁସେନପୁରକାଲା ଗାଁର ୨୨ ବର୍ଷୀୟ ସୌକେନ ବୋଲି ଜଣାପଡିଛି ।
ସୌକେନ ତାର ସାନ ଭାଇ ସହ ମାର୍ଶାଘାଇ ଥାନା ଅଞ୍ଚଳର ଏକ ଗାଁରେ ବୁଲି ବୁଲି କପଡା ବିକ୍ରି କରିବାକୁ ଆସିଥିବା ବେଳେ 6ବର୍ଷର ଶିଶୁପୁତ୍ରକୁ ଏକୁଟିଆ ଦେଖି ଏକ ଅର୍ଧନିର୍ମିତ ଘରେ ତା'ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା । ଶିଶୁଟି ଘଟଣା ସମ୍ପର୍କରେ ଘରେ କହିବା ପରେ ଉକ୍ତ ଯୁବକ ଦୁଇ ଜଣଙ୍କୁ ପରିବାର ଲୋକେ ଏବଂ ଗ୍ରାମଵାସୀ ଅଟକାଇ ପୋଲିସ ଜିମା ଦେଇଛନ୍ତି ।