ଓଡିଶା

odisha

ETV Bharat / state

କ୍ରିଟିକାଲ କେୟାର ହସ୍ପିଟାଲର ଶିଳାନ୍ୟାସ କଲେ ପ୍ରତାପ କେଶରୀ - କ୍ରିଟିକାଲ କେୟାର ହସ୍ପିଟାଲର ଶିଳାନ୍ୟାସ କଲେ ପ୍ରତାପ

କ୍ରିଟିକାଲ କେୟାର ହସ୍ପିଟାଲର ଶିଳାନ୍ୟାସ କଲେ ପ୍ରତାପ କେଶରୀ । କେନ୍ଦ୍ରାପଡ଼ା ଜିଲ୍ଲା ମ୍ୟୁନିସିପାଲିଟି ଅନ୍ତର୍ଗତ କଷଣଅଣ୍ଟା ଠାରେ 50 ଶଯ୍ୟା ବିଶିଷ୍ଟ କ୍ରିଟିକାଲ କେୟାର ହସ୍ପିଟାଲର ଶିଳାନ୍ୟାସ ହୋଇଛି । ଶକ୍ତିମନ୍ତ୍ରୀ ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଅଧିକ ପଢ଼ନ୍ତୁ

minister pratap keshari lay foundation stone of critical care hospital in pattamundai kendrapara
କ୍ରିଟିକାଲ କେୟାର ହସ୍ପିଟାଲର ଶିଳାନ୍ୟାସ କଲେ ପ୍ରତାପ କେଶରୀ

By

Published : Sep 20, 2022, 3:09 PM IST

କେନ୍ଦ୍ରାପଡ଼ା:ପଟ୍ଟାମୁଣ୍ଡାଇରେ ନିର୍ମାଣ ହେବ 50 ଶଯ୍ୟା ବିଶିଷ୍ଟ କ୍ରିଟିକାଲ କେୟାର ହସ୍ପିଟାଲ । ଖର୍ଚ୍ଚ ହେବ 17 କୋଟି ଟଙ୍କା । ଶକ୍ତିମନ୍ତ୍ରୀ ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବ ଆଜି ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଖୁବଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଶକ୍ତିମନ୍ତ୍ରୀ ।

କ୍ରିଟିକାଲ କେୟାର ହସ୍ପିଟାଲର ଶିଳାନ୍ୟାସ କଲେ ପ୍ରତାପ କେଶରୀ

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଅନ୍ତର୍ଗତ କଷଣଅଣ୍ଟା ଠାରେ 50 ଶଯ୍ୟା ବିଶିଷ୍ଟ କ୍ରିଟିକାଲ କେୟାର ହସ୍ପିଟାଲର ଶିଳାନ୍ୟାସ ହୋଇଛି । 17 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପକୁ ଆଜି ଶକ୍ତିମନ୍ତ୍ରୀ ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା଼ ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର ଓ ଆଳିରୁ ଶତାଧିକ ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ । ଏହି ହସ୍ପିଟାଲ ନିର୍ମିତ ହେଲେ ଚାରୋଟି ବ୍ଲକର ଲୋକେ ବିଶେଷ ଭାବେ ଉପକୃତ ହେବେ ।

ଏହା ମଧ୍ୟ ପଢନ୍ତୁ:ଲୋକପ୍ରତିନିଧିଙ୍କ ଭିକ୍ଷା ଘଟଣା: ଜିଲ୍ଲାପାଳ କହିଲେ 50-100 ଟଙ୍କାରେ କିଛି ହେବନି, ନିନ୍ଦା କଲେ ବୁଦ୍ଧିଜୀବୀ

୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କ୍ରିଟିକାଲ କେୟାର ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ ଆଳି,ରାଜକନିକା, ରାଜନଗର ଓ ପଟ୍ଟାମୁଣ୍ଡାଇର ହଜାର ହଜାର ରୋଗୀମାନେ ସହଜରେ ଉତ୍ତମ ଚିକିତ୍ସା ପାଇପାରିବେ । ଏନେଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ପ୍ରତିକ୍ରିୟାରେ କହିଛନ୍ତି, " ହସ୍ପିଟାଲ ତିଆରି ହେବା ଦ୍ବାରା ରୋଗୀଙ୍କୁ ସୁବିଧାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇପାରିବ । ଏହା ଶୀଘ୍ର ତ୍ବରାନ୍ବିତ ହେଲେ ଜନସାଧାରଣ ଲାଭବାନ ହୋଇପାରିବେ । ଆସନ୍ତା ଦଶହରା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।"

ଏହା ମଧ୍ୟ ପଢ଼ନ୍ତୁ:ଭିତରକନିକାରେ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି, ବଢ଼ିଛନ୍ତି 7431 ପକ୍ଷୀ

ଅନୁଷ୍ଠିତ ସାଧାରଣ ସଭାରେ ରାଜନଗର ବିଧାୟକ ଧୃବ ସାହୁ ସଭାପତିତ୍ବ କରିଥିବା ବେଳେ ପଟ୍ଟାମୁଣ୍ଡାଇ ନଗରପାଳ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ରାଜନଗର ବ୍ଲକ ଅଧ୍ୟକ୍ଷା, କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details