କେନ୍ଦ୍ରାପଡା: କୋଭିଡ 19ରେ ପୁଣି ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଆଳି ଥାନା ଅଧିନ ବଡ଼ଆଙ୍କ ଗ୍ରାମର । ଦୀର୍ଘ ବର୍ଷ ଧରି ହରିୟାଣାର ଏକ ମୋଟର କମ୍ପାନୀରେ କ୍ବାଲିଟି ଚେକର ଭାବେ ଚାକିରୀ କରି ରହି ଆସୁଥିଲେ ।
ସେଠାରେ ଗତ ମେ ମାସ 29 ତାରିଖରେ ଅସୁସ୍ଥତା ଦେଖା ଦେବାରୁ ତାଙ୍କୁ ସୁଖଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ହଠାତ ଦେହ ଗୁରୁତର ହେବାରୁ ଗତ ଜୁନ 2 ତାରିଖ ସକାଳ 6.45ମିନିଟ ସମୟରେ ତାଙ୍କୁ ପାରସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଅତ୍ୟଧିକ ଗୁରୁତର ହେବାରୁ ନୂଆଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।