ଓଡିଶା

odisha

ETV Bharat / state

ମାସିକ ପାରିଶ୍ରମିକ ବୃଦ୍ଧି ସହ ୧୧ ଦଫା ଦାବିରେ ପାଚିକା ସହାୟିକା ସଂଘର ବିକ୍ଷୋଭ - କେନ୍ଦ୍ରାପଡ଼ାରେ ପାଚିକା ସହାୟିକା ସଂଘର ବିକ୍ଷୋଭ

କେନ୍ଦ୍ରାପଡ଼ାରେ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘର ବିକ୍ଷୋଭ ପ୍ରଦର୍ଶନ । ୧୧ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପାଚିକା ସହାୟିକା ସଂଘର ଶତାଧିକ ମହିଳା । ଅଧିକ ପଢ଼ନ୍ତୁ

ମାସିକ ପାରିଶ୍ରମିକ ବୃଦ୍ଧି ସହ ୧୧ ଦଫା ଦାବିରେ ପାଚିକା ସହାୟିକା ସଂଘର ବିକ୍ଷୋଭ
ମାସିକ ପାରିଶ୍ରମିକ ବୃଦ୍ଧି ସହ ୧୧ ଦଫା ଦାବିରେ ପାଚିକା ସହାୟିକା ସଂଘର ବିକ୍ଷୋଭ

By

Published : Dec 16, 2022, 9:14 PM IST

ମାସିକ ପାରିଶ୍ରମିକ ବୃଦ୍ଧି ସହ ୧୧ ଦଫା ଦାବିରେ ପାଚିକା ସହାୟିକା ସଂଘର ବିକ୍ଷୋଭ

କେନ୍ଦ୍ରାପଡ଼ା: ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘର ବିକ୍ଷୋଭ ପ୍ରଦର୍ଶନ । ୧୧ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘର ଶତାଧିକ ମହିଳା ।

ଶୁକ୍ରବାର ପୂର୍ବାହ୍ନରେ AITUC ସଂଗଠନର ନେତା ରମଣୀ ରଞ୍ଜନ ରାଉତରାୟଙ୍କ ନେତୃତ୍ବରେ ଶତାଧିକ ମହିଳା ସ୍ଥାନୀୟ ତିନିମୁହାଣୀ ରାମ ମନ୍ଦିର ନିକଟରୁ ବିଶାଳ ଶୋଭାଯାତ୍ରାରେ ବାହାରି ଦୀର୍ଘ ୫ କିଲୋମିଟର ପଦଯାତ୍ରା କରି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ବର୍ଷକୁ ୧୦ ମାସ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟରେ ଖାଦ୍ୟ ପ୍ରସ୍ତୁତ କରୁଥିବା ଏହି ପାଚିକା ସହାୟିକାମାନେ ମାସିକ ୧୪ ଶହ ଟଙ୍କା ପାରିଶ୍ରମିକ ପାଉଛନ୍ତି । ତେବେ ଏହାକୁ ୬ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ସେମାନେ ଦାବି ରଖିଥିଲେ । ଏହାସହ ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ବର୍ଷ ସାରା ସେମାନେ ଦରମା ପାଇବାକୁ ହକଦାର ବୋଲି ଦାବି କରିଥିଲେ ।

ରାଜ୍ୟ ସରକାର ମାତ୍ର ଥରୁଟିଏ ସେମାନଙ୍କୁ ଶାଢ଼ି ବାବଦକୁ ୨୫୦ ଟଙ୍କା ପ୍ରଦାନ କରି ଦୀର୍ଘ ୪ ବର୍ଷ ହେବ ଶାଢ଼ି ଦେବାକୁ ଭୁଲି ଯାଇଥିବା ଏମାନେ ଅଭିଯୋଗ କରିଛନ୍ତି । ଅନ୍ୟମାନଙ୍କ ଭଳି ସେମାନଙ୍କୁ ସାମାଜିକ ସୁରକ୍ଷା ଦାବି କରିଛନ୍ତି । ଯେଉଁଠାରେ ଛାତ୍ରଛାତ୍ରୀ କମ୍‌ ହେଉଛି ସେଠାରେ ପାଚିକାଙ୍କୁ ବିଦା କରାଯାଉଛି ସେଠାରେ ପୁଣି ଛାତ୍ରଛାତ୍ରୀ ବୃଦ୍ଧି ହେଲେ ସେହି ପାଚିକାଙ୍କୁ ପୁନଃ ନିଯୁକ୍ତି ପାଇଁ ଦାବି କରିଛି ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ । ଏନେଇ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହା ସହିତ ଏହି ଦାବି ଗୁଡିକୁ ପୂରଣ କରାନଗଲେ ଜାନୁଆରୀ ୪ ତାରିଖରେ ଭୁବନେଶ୍ବରରେ ପାଚିକାମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details