ଓଡିଶା

odisha

ETV Bharat / state

ମେଗା ପାନୀୟ ଜଳ ପ୍ରକଳ୍ପ ବୈଠକରେ ଚଞ୍ଚକତା ଅଭିଯୋଗ, ସଦସ୍ୟଙ୍କ ଆମରଣ ଅନଶନ - kendrapada news

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦା ନିକଟରେ ଖରସ୍ରୋତା ନଦୀରେ ନିର୍ମାଣଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ନିଷ୍ପତ୍ତିରେ ନିଆଯାଇନାହିଁ Eco-Sensitive zone Monitoring Committee ର ମତାମତ । ଅଧିକ ପଢନ୍ତୁ...

ମେଗା ପାନୀୟ ଜଳ ପ୍ରକଳ୍ପ ନିଷ୍ପତ୍ତିରେ ନିଆଯାଇନି Eco-Sensitive zone Monitoring Committee ର ମତାମତ, ଅନଶନରେ ବସିଲେ ସଦସ୍ୟ
ମେଗା ପାନୀୟ ଜଳ ପ୍ରକଳ୍ପ ନିଷ୍ପତ୍ତିରେ ନିଆଯାଇନି Eco-Sensitive zone Monitoring Committee ର ମତାମତ, ଅନଶନରେ ବସିଲେ ସଦସ୍ୟ

By

Published : Aug 10, 2021, 11:04 PM IST

କେନ୍ଦ୍ରାପଡ଼ା: ରାଜକନିକାର ଭାରିଗଦା ନିକଟରେ ଖରସ୍ରୋତା ନଦୀରେ ନିର୍ମାଣଧୀନ ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ବିବାଦ ଥମିବା ପରିବର୍ତ୍ତେ ବଢିବାରେ ଲାଗିଛି ।

ଭିତରକନିକା ଇକୋ ସେନସିଟିଭ ଜୋନ ମଧ୍ୟରେ କୌଣସି ସରକାରୀ ବୃହତ ପ୍ରକଳ୍ପ ନିର୍ମାଣ ହେଲେ ମନିଟରିଂ କମିଟିର ପରାମର୍ଶ ଆବଶ୍ୟକତା ହେଉଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏଥିରେ ଚଞ୍ଚକତା କରି ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି ମନିଟରିଂ କମିଟିର ସଦସ୍ୟ ତଥା ପରିବେଶବିତ ଶ୍ରୀକାନ୍ତ ନାୟକ ।

ମେଗା ପାନୀୟ ଜଳ ପ୍ରକଳ୍ପ ନିଷ୍ପତ୍ତିରେ ନିଆଯାଇନି Eco-Sensitive zone Monitoring Committee ର ମତାମତ, ଅନଶନରେ ବସିଲେ ସଦସ୍ୟ

ଯାହାକୁ ବିରୋଧ କରି ଶ୍ରୀକାନ୍ତ ଗରାପୁରସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଆମରଣ ଅନଶନରେ ବସିଛନ୍ତି। ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ପୂର୍ବରୁ ବାରମ୍ବାର ଲୋକମାନଙ୍କ ବିରୋଧ ହେଉଥିବା ଓ ଏହି ପ୍ରକଳ୍ପ ହେଲେ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତା ଉପରେ ପ୍ରଭାବ ପକାଇବ। ଜାତୀୟ ଉଦ୍ୟାନର ହେନ୍ତାଳ ବନ, ମିଠା ଓ ଲୁଣି ପାଣିର ମିଶ୍ରଣରେ ସୃଷ୍ଟି ହୋଇଥିବାବେଳେ ଖରସ୍ରୋତା ନଦୀରୁ ମିଠା ଜଳ ହ୍ରାସ ପାଇଲେ ହେନ୍ତାଳ ଗଛର ସୃଷ୍ଟି ସମ୍ଭବପର ହୋଇପାରିବ ନାହିଁ ବୋଲି କହିଛନ୍ତି ଶ୍ରୀକାନ୍ତ।

ଗତ ଡିସେମ୍ବର ମାସରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦୁଇ ଦୁଇଥର ବୈଠକ ବସିଥିବାବେଳେ ଏହା ବିରୋଧରେ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ସ୍ବର ଉଠାଇଥିଲେ। ତେବେ ଚଞ୍ଚକତା କରାଯାଇ କମିଟିର ମତାମତକୁ ଭ୍ରୁକ୍ଷେପ ନକରି ୨ଟି ବୈଠକର ମାତ୍ର ଗୋଟିଏ ପ୍ରୋସିଡିଂ କରାଯାଇ ପ୍ରକଳ୍ପ ସପକ୍ଷରେ ମତ ଦର୍ଶାଯାଇଛି ।

ଏହି ବୈଠକକୁ ନାକଚ କରିବା ସହ ୬ଟି ଦାବି ନେଇ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଅନଶନରେ ବସିଛନ୍ତି ଶ୍ରୀକାନ୍ତ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details