ଓଡିଶା

odisha

By

Published : Apr 21, 2021, 3:49 PM IST

ETV Bharat / state

ମାଟ୍ରିକ ପରୀକ୍ଷା ବାତିଲ, ଚିନ୍ତା ପ୍ରକଟ କଲେ ଛାତ୍ରଛାତ୍ରୀ

ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି । ମାଟ୍ରିକ ପରୀକ୍ଷା ବାତିଲ କରାଯାଇ ବୋର୍ଡ ଦ୍ବାରା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ପରୀକ୍ଷା ଫଳ । ଅଧିକ ପଢନ୍ତୁ....

ମାଟ୍ରିକ ପରୀକ୍ଷା ବାତିଲ, ଚିନ୍ତା ପ୍ରକଟ କଲେ ଛାତ୍ରଛାତ୍ରୀ
ମାଟ୍ରିକ ପରୀକ୍ଷା ବାତିଲ, ଚିନ୍ତା ପ୍ରକଟ କଲେ ଛାତ୍ରଛାତ୍ରୀ

କେନ୍ଦ୍ରାପଡା: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତବର୍ଷ ହେବାକୁ ଥିବା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷାଗୁଡିକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ତଦନୁଯାୟୀ ମାଟ୍ରିକ ପରୀକ୍ଷା ବାତିଲ କରାଯାଇ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ମେଧାବୀ ଛାତ୍ରଛାତ୍ରୀ ।

ମାଟ୍ରିକ ପରୀକ୍ଷା ବାତିଲ, ଚିନ୍ତା ପ୍ରକଟ କଲେ ଛାତ୍ରଛାତ୍ରୀ

ମେଧାବୀ ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ ମାଟ୍ରିକ ପରୀକ୍ଷା ଥିବାରୁ ଦୈନିକ ୧୦ରୁ ୧୨ଘଣ୍ଟା ପରିଶ୍ରମ କରୁଥିଲେ ଓ ୯୦-୯୫% ମାର୍କ ରଖିବେ ବୋଲି ସେମାନଙ୍କ ଆଶା ଥିଲା । କିନ୍ତୁ ସରକାର ନେଇଥିବା ଆଜିର ନିଷ୍ପତ୍ତି କାରଣରୁ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ଆଡକୁ ମୁହାଁଇଛି । ବିନା ପରୀକ୍ଷାରେ ମାର୍କ ଦିଆଗଲେ ମେଧାବୀ ଛାତ୍ରଛାତ୍ରୀ ଏବଂ କମ୍ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ଯରେ ତୁଳନା କରାଯିବ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଏହି ପ୍ରକାଶନ ହେବାକୁ ଥିବା ପରୀକ୍ଷା ଫଳ ଉପରେ ଯାହାର କୌଣସି ଅଭିଯୋଗ ରହିଥିବ ସେ କୋଭିଡ ସଂକ୍ରମଣ କମ ହେଲେ ପରୀକ୍ଷା ଦେବେ ବୋଲି ରାଜ୍ୟ ସରକାର କହିଥିବା ବେଳେ ଏଭଳି ହେଲେ ମେଧାବୀ ଛାତ୍ରଛାତ୍ରୀଙ୍କ ବର୍ଷକର ପାଠପଢା ବରବାଦ ହୋଇଯିବ ବୋଲି ଅଭିଯୋଗ କରିଛନ୍ତି । ଏଣୁ ସରକାର ଅଧିକ ସେଣ୍ଟର କରି ସାମାଜିକ ଦୂରତ୍ୱ ରକ୍ଷାକରି ପରୀକ୍ଷା କରିବାକୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details