କେନ୍ଦ୍ରାପଡା:ଆଜି ଠାରୁ ଆରମ୍ଭ ହେଲାମିଶନ ଅଲିଭ ରିଡ଼ଲେ । ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ପ୍ରଜନନ ପାଇଁ ଆସିବେ ନୂଆ ଅତିଥି । ବିରଳ ଅଲିଭ ରିଡଲେ କଇଁଛମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତି ଚଳାଇଥିବା ବେଳେ ମାଛଧରା ଏବଂ ଟ୍ରଲର ଉପରେ କଟକଣା ଲଗାଯାଇଛି ।
କେନ୍ଦ୍ରାପଡ଼ା ଜିଲ୍ଲାର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ସୁରକ୍ଷିତ ମନେକରି ବଂଶ ବୃଦ୍ଧି କରିବା ପାଇଁ ପ୍ରଶାନ୍ତ ମହାସାଗରରୁ ହଜାର ହଜାର ନଟିକାଲ ମାଇଲ୍ ସମୁଦ୍ରର ନୀଳ ଜଳରାଶିକୁ ଅତିକ୍ରମ କରି ବିରଳ ଅଲିଭ ରିଡଲେ କଇଁଛମାନେ ଆସିଥାନ୍ତି । ଏହି କଇଁଛ ମାନଙ୍କର ଆଗମନକୁ ଆଖି ଆଗରେ ରଖି ଗହୀରମଥାକୁ ସରକାର ୧୯୯୭ ମସିହାରେ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଛନ୍ତି । ନଭେମ୍ବର ୧ ତାରିଖଠୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଧାମରା ଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ର ଚାଳିତ ଡଙ୍ଗା ଏବଂ ମାଛ ମାରିବା ଉପରେ କଟକଣା କଡାକଡି ଭାବେ ଜାରି କରାଯାଇଥାଏ । ଏନେଇ ବନବିଭାଗ ମଧ୍ୟ ସଜାଗ ରହିଛି । କଇଁଛଙ୍କ ସୁରକ୍ଷା ପାଇଁ ରାଜନଗର ବନଖଣ୍ଡ ୧୬ ଏବଂ ଭଦ୍ରକ ଡିଭିଜନର ୬ ଗୋଟି ଅସ୍ଥାୟୀ କ୍ୟାମ୍ପ କରାଯାଇଥିବା ବେଳେ ବାବୁବାଲି ଓ ଅଗରନାଶିରେ ୨ଟି ସ୍ଥାୟୀ କ୍ୟାମ୍ପ କରାଯାଇଛି।
ଏହା ମଧ୍ୟ ପଢନ୍ତୁ: ବିରଳ ଅଲିଭ ରିଡଲେଙ୍କ ଜୀବନ ପ୍ରତି ଟ୍ରଲର ବିପଦ, ପ୍ରତିବର୍ଷ ମରୁଛନ୍ତି ହଜାର ହଜାର କଇଁଛ !