କେନ୍ଦ୍ରାପଡା:ମାର୍ଶାଘାଇ ପୋଲିସକୁ ସଫଳତା। ୪ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କଲା ପୋଲିସ । ଜଣେ ସମିତିସଭ୍ୟ ପ୍ରାର୍ଥୀଙ୍କ ବାଇକ ଡିକି ଭାଙ୍ଗି ୨ ଲକ୍ଷ ୨୮ ହଜାର ଟଙ୍କା ଲୁଟି ନେଇଥିଲେ ଏହି ୪ ଲୁଟେରା । ଗିରଫ ପରେ ସେମାନଙ୍କ ଠାରୁ ୨ଲକ୍ଷ ଟଙ୍କା ଜବତ କଲା ମାର୍ଶାଘାଇ ପୋଲିସ।
ସୂଚନା ଅନୁଯାୟୀ,ଚଳିତ ମାସ ୮ ତାରିଖରେ ମାର୍ଶାଘାଇ ଥାନା ଗତାନଈ ଗାଁର ଗଜେନ୍ଦ୍ର ସ୍ବାଇଁ ୟୁକୋ ବ୍ୟାଙ୍କ ଶାଖାରୁ ୨ ଲକ୍ଷ ୨୮ ହଜାର ଟଙ୍କା ଉଠାଇ ନିଜ ବାଇକ୍ ଡିକିରେ ରଖିଥିଲେ । ତେବେ ସେ କିଛି ସମୟ ପାଇଁ ବାଇକଟକୁ ରାସ୍ତାରେ ରଖି ଅନ୍ୟ ଏକ ଦୋକାନକୁ ଯାଇଥିବା ବେଳେ ଡିକି ତାଡି ଲୁଟେରା ମାନେ ଟଙ୍କା ନେଇ ଫେରାର ହୋଇଯାଇଥିଲେ ।