ଓଡିଶା

odisha

ବିପଦରୁ ଉଦ୍ଧାର ହେଲେ ୧୮ ଜଣ

By

Published : Aug 17, 2022, 10:42 PM IST

ମହାକାଳପଡା ବ୍ଲକ ଚଉମୁହାଣି ଠାରେ ଥିବା ଦଶରାଜପୁର ଡିଆ ଠାରେ ଦୀର୍ଘଦିନ ହେବ ଘରକରି ଦୁଇ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ବନ୍ୟା ଘେରରୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ବେଳେ ସେପଟେ ଆଜି ଅପରାହ୍ନରେ ୧୫ଜଣଙ୍କୁ ଉଦ୍ଧାର କରିଛି ବିଭାଗ । ଅଧିକ ପଢନ୍ତୁ

people rescued by fire department in mahakalapada block
ଅଗ୍ନିଶମ ବିଭାଗର ମହାନତା, ବିପଦରୁ ଉଦ୍ଧାର ହେଲେ ୧୮ ଜଣ

କେନ୍ଦ୍ରାପଡା:ଅଗ୍ନିଶମ ବାହିନୀର ସମାୟାନୁଯାୟୀ ପଦକ୍ଷେପ ଯୋଗୁଁ ବଞ୍ଚିଗଲା ଅମୂଲ୍ୟ ଜୀବନ। ଗତକାଲି ବିଳମ୍ବିତ ରାତି ସମୟରେ ତିନିଜଣଙ୍କୁ ବନ୍ୟା ଘେରରୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ବେଳେ ଆଜି ଅପରାହ୍ନରେ ୧୫ଜଣଙ୍କୁ ଉଦ୍ଧାର କରିଛି ବିଭାଗ। ମହାକାଳପଡା ବ୍ଲକ ଚଉମୁହାଣି ଠାରେ ଥିବା ଦଶରାଜପୁର ଡିଆ ଠାରେ ଦୀର୍ଘଦିନ ହେବ ଘରକରି ଦୁଇ ଜଣ ପୁରୁଷ ଓ ଜଣେ ମହିଳା କନ୍ଦା ଚାଷ କରୁଥିଲେ । ଏନେଇ ବନ୍ୟା ପାଣିର ସ୍ତର ବଢିବା ସହିତ ସେମାନେ ରହିଥିବା ଢିପ ସ୍ଥାନଟି ବୁଡିବାକୁ ଲାଗିଥିଲା ।

ସୂଚନା ଅନୁସାରେ ଚାଷୀମାନେ ଟର୍ଚ୍ଚ ପକେଇ ସାହାର୍ଯ୍ୟ ମାଗିବା ପରେ ସ୍ଥାନୀୟ ଲୋକେ ଟର୍ଚ୍ଚ ଲାଇଟ ଦେଖି ମହାକାଳପଡା ବିଡିଓଙ୍କୁ ଜଣାଇଥିଲେ। ବିଡ଼ିଓ ଦେବାଶିଷ ରାଉତ ଏବଂ ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା ସେଠାରେ ପହଞ୍ଚି ମହାକାଳପଡା ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସହାୟତାରେ ବିଳମ୍ବିତ ରାତି ସମୟରେ ତିନି ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିଛନ୍ତି।ଉଦ୍ଧାର ହୋଇଥିବା ମହିଳା ଏବଂ ତାଙ୍କ ସ୍ବାମୀଙ୍କ ଘର ମାର୍ଶାଘାଇ ବ୍ଲକ ବଡପାଳଗଡା ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘର କୁଜଙ୍ଗ ବ୍ଲକ ଚକ୍ରଧରପୁର ବୋଲି ଜଣାପଡିଛି।

ଅନ୍ୟପଟେ ଆଜି ଅପରାହ୍ନରେ ମେହେନ୍ଦିନଗର ପଞ୍ଚାୟତର କରାଣ୍ଡିଆପାଟଣା ଗାଁରେ ଜଳବନ୍ଦୀ ହୋଇ ରହିଥିବା ୧୫ ଜଣ ମହିଳା,ପୁରୁଷ ଓ ଶିଶୁଙ୍କୁ ଉଦ୍ଧାର କରାଯାଇଛି।ଏହି ୧୫ ଜଣ ଘରୁ ବାହାରୁଥିବା ବେଳେ ଅଚାନକ ପାଣି ମାଡ଼ି ଆସିବାରୁ ସଭିଏଁ ପାଣି ଘେରରେ ରହିଯାଇଥିଲେ।ତେବେ ଅଗ୍ନିଶମ ବିଭାଗ ଏସମ୍ପର୍କରେ ସୂଚନା ପାଇବା ପରେ ସମସ୍ତଙ୍କୁ ଉଦ୍ଧାର କରି ଆଣିଥିବା ସୂଚନା ମିଳିଛି।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details