କେନ୍ଦ୍ରାପଡା: ଭାରତୀୟ ଜନତା ପାର୍ଟି ପକ୍ଷରୁ କୃଷି ଓ କୃଷକର ସମସ୍ୟା ସମ୍ପର୍କରେ ଜନ ଜାଗରଣ ସୃଷ୍ଟି ପାଇଁ 'ମଣ୍ଡି ଚାଲ' ଅଭିଯାନର ଶୁଭାରମ୍ଭ ହୋଇଛି l କେନ୍ଦ୍ରାପଡ଼ା ଜିଲା କୁତରଙ୍ଗ ସେବା ସମବାୟ ସମିତି ଠାରେ ଏହି କାର୍ଯ୍ୟକ୍ରମ କରାଯାଇଛି । ବିଜେପି ବରିଷ୍ଠ ନେତା ସୁନାକର ବେହେରା ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି l
କୃଷି ସମସ୍ୟା ନେଇ ବିଜେପିର 'ମଣ୍ଡି ଚାଲ' ଅଭିଯାନ - kendrapada mandi chalo
କୃଷି ଓ କୃଷକର ସମସ୍ୟା ସମ୍ପର୍କରେ ଜନଜାଗରଣ ସୃଷ୍ଟି ପାଇଁ ମଣ୍ଡି ଚାଲ ଅଭିଯାନର ଶୁଭାରମ୍ଭ କଲା ବିଜେପି । ଅଧିକ ପଢନ୍ତୁ..
କୃଷି ସମସ୍ୟା ନେଇ ବିଜେପିର 'ମଣ୍ଡି ଚାଲ' ଅଭିଯାନ
ଧାନ ସଂଗ୍ରହରେ ସ୍ଵଚ୍ଛତା ରକ୍ଷା କରିବା ସହିତ କୃଷକର ଅଧିକାର ସୁରକ୍ଷା ପାଇଁ ସ୍ଵର ଉତ୍ତୋଳନ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିବା ବିଜେପି ପକ୍ଷରୁ କୁହାଯାଇଛି l ଏହି ଅଭିଯାନରେ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ରଞ୍ଜିତ କୁମାର ଆଚାର୍ଯ୍ଯ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଛନ୍ତି l
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ