ଓଡିଶା

odisha

ETV Bharat / state

ମାର୍ଗଶୀର ପୂର୍ବରୁ ମଣ୍ଡପରେ ବସେ ମାଣ, ମର୍ଦ୍ଦରାଜ ପରିବାର ବୋହୂ ମୁଣ୍ଡରେ ଦାୟିତ୍ବ - ମଣ୍ଡପରେ ମାଣବସା

ଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ କେନ୍ଦ୍ରାପଡା ଜିଲ୍ଲା । ହେଲେ ଏମିତି ଏକ ଲକ୍ଷ୍ମୀପୂଜା ଯେଉଁଥିପାଇଁ ଚର୍ଚ୍ଚାରେ ନୂଆ ବସଷ୍ଟାଣ୍ଡ ନିକଟସ୍ଥ ଥାନପତି ଗଜଲକ୍ଷ୍ମୀ । ଯେଉଁଠ ମାର୍ଗଶୀର ମାସ ପୂର୍ବରୁ ମଣ୍ଡପରେ ବସେ ମାଣ । ଅଧିକ ପଢନ୍ତୁ...

ମା'ଲକ୍ଷ୍ମୀଙ୍କ ପୂଜା ମଣ୍ଡପରେ ମାଣବସା
ମା'ଲକ୍ଷ୍ମୀଙ୍କ ପୂଜା ମଣ୍ଡପରେ ମାଣବସା

By

Published : Oct 22, 2021, 6:15 PM IST

କେନ୍ଦ୍ରପଡା: ଚାଲିଛି ପାର୍ବଣ ଋତୁ । ମା'ଦୁର୍ଗାଙ୍କ ମେଲାଣି ପରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ମା'ଲକ୍ଷ୍ମୀ । ରାଜ୍ୟରେ ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ଗଜଲକ୍ଷ୍ମୀ । କେନ୍ଦ୍ରପଡା ଜିଲ୍ଲା ନୂଆ ବସଷ୍ଟାଣ୍ଡ ନିକଟସ୍ଥ ଥାନପତି ଗଜଲକ୍ଷ୍ମୀଙ୍କ ପାଖରେ ମାଣବସେ ଯାହା ଅଲଗା ସ୍ଥାନର ଲକ୍ଷ୍ମୀପୂଜା ଠୁ ଟିକେ ଅଲଗା । ହିନ୍ଦୁ ପରମ୍ପରା ଅନୁସାରେ ମାର୍ଗଶୀର ମାସ ଗୁରୁବାରେ ମାଣବସେ । ହେଲେ ଏଠି ଗଜଲକ୍ଷ୍ମୀଙ୍କ ସହିତ ରୀତିନୀତିରେ ମଣ୍ଡପରେ ମାଣ ବସିଛି । କାହିଁ କେଉଁ ଅମଳରୁ ପୂଜା ମଣ୍ଡପରେ ମାଣ ବସି ଆସୁଛି ।

ମାର୍ଗଶୀର ପୂର୍ବରୁ ମଣ୍ଡପରେ ବସେ ମାଣ, ମର୍ଦ୍ଦରାଜ ପରିବାର ବୋହୂ ମୁଣ୍ଡରେ ଦାୟିତ୍ବ

୧୯୩୭ ମସିହାରୁ ଥାନପତିରେ ବସୁଛି ମାଣ । ମା' ଗଜଲକ୍ଷ୍ମୀଙ୍କ ନଅ ଦିନ ପୂଜା ମଧ୍ୟରେ ପଡୁଥିବା ଗୁରୁବାର ଦିନ ମାଣବସା ସମ୍ପର୍ନ୍ନ ହୋଇଥାଏ । କେନ୍ଦ୍ରାପଡ଼ା ସହରର ମର୍ଦ୍ଦରାଜ ପରିବାରର ବୋହୂମାନେ ମାଣ ବସାଇଥାନ୍ତି। ସମ୍ପୂର୍ଣ୍ଣ ଓଡ଼ିଆ ବିଧି ମୁତାବକ ମା'ଙ୍କୁ ମାଣ ଖଟୁଲିରେ ବସାଯାଇ ଧାନ ବେଣ୍ଟି, ମୂଳା, ଆଖୁ, କଦଳୀ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀରେ ସୁସଜ୍ଜିତ କରି ମାଙ୍କୁ ଭୋଗ ଲାଗି କରାଯାଇଥାଏ। ମଧ୍ୟାହ୍ନରେ ଦହି ପଖାଳ,ଶାଗ ଇତ୍ୟାଦି ଭୋଗ ଲାଗି କରି ସନ୍ଧ୍ୟାରେ ମଣ୍ଡାପିଠା ନୈବେଦ୍ୟ ଅର୍ପଣ କରି ପୂଜା ଶେଷ ହୋଇଥାଏ । ସୁନ୍ଦର ଭାବେ ଚିତା ପକାଇବା ସହ ପ୍ରତ୍ୟେକ ବର୍ଷ ଏହି ପୂଜା ମଣ୍ଡପକୁ ମାଣବସା ଗୁରୁବାର ବ୍ରତ କରିବା ପାଇଁ କାହିଁ କେତେ ସ୍ଥାନରୁ ଛୁଟି ଆସିଥାନ୍ତି ମହିଳା।

ମା' ଲକ୍ଷ୍ମୀଙ୍କୁ ତୁଳସୀପତ୍ରରେ ପୂଜା କରାଯାଉଥିବା କିମ୍ବଦନ୍ତୀ ରହିଛି। ମା'ଙ୍କ ପଦ୍ମବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମନରେ ରହିଥାଏ ଅପୂର୍ବ ଉତ୍ସାହ। କୋଭିଡ ପାଇଁ ଭକ୍ତଙ୍କୁ ମା'ଙ୍କ ଦର୍ଶନ ବାରଣ ଥିବା ବେଳେ ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରି ଏଠାରେ ପୂଜାକାର୍ଯ୍ୟ ସମ୍ପାଦନ କରାଯାଉଛି। କୋଭିଡ ସଂକ୍ରମଣ ଜନିତ କଟକଣାକୁ ଦୃଷ୍ଟିରେ ରଖି ପରଦା ପଛରେ ମା'ଲକ୍ଷ୍ମୀଙ୍କୁ ପୂଜା କରାଯାଉଥିବାରୁ କେହି ବ୍ରତଧାରୀ ଏଠାକୁ ଆସିନଥିବା ବେଳେ ସେବା ପାଇଥିବା ମର୍ଦ୍ଦରାଜ ପରିବାରର ବୋହୂ ହିଁ କେବଳ ପୂଜା କାର୍ଯ୍ୟ ସମ୍ପାଦନ କରିଛନ୍ତି । ସମିତ ଶ୍ରଦ୍ଧାଳୁ ମା'ଙ୍କୁ ଦର୍ଶନ କରିଛନ୍ତି । ମା'ଙ୍କ କୃପାରୁ ଆସନ୍ତା ବର୍ଷ ମହାମାରୀ ଦୂର ହେଉ ସବୁ ବର୍ଷ ପରି ଜାକଯମକରେ ପାଳନ ହେଉ ବୋଲି ଆଶା ରଖିଛନ୍ତି ଶ୍ରଦ୍ଧାଳୁ । ଲକ୍ଷ୍ମୀପୂଜା ଶେଷ ହେବାକୁ ଆଉ ମାତ୍ର ଚାରିଦିନ ବାକି ଅଛି । ବିଭିନ୍ନତା ମଧ୍ୟରେ ଏକତା ଓ ଭାଇଚାରାର ସହର କେନ୍ଦ୍ରାପଡ଼ା ଜିଲ୍ଲାରେ ପାଳିତ ହେଉଥିବା ଏହି ନିଆରା ପୂଜାକୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details