ଓଡିଶା

odisha

ETV Bharat / state

ବନ୍ଧୁଙ୍କ ପତ୍ନୀ ସହ ଦୁଷ୍କର୍ମ କରିଥିଲା ଯୌନ ପିଶାଚ, ଅଭିଯୁକ୍ତକୁ 10 ବର୍ଷ ଜେଲ - ସାଙ୍ଗର ପତ୍ନୀଙ୍କୁ ଦୁଷ୍କର୍ମ କରିବା ପଡିଲା ମହଙ୍ଗା

ବନ୍ଧୁ ପତ୍ନୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ସହ ୧୦ ହଜାର ଜରିମାନା । ଅଧିକ ପଢ଼ନ୍ତୁ

man sentenced 10 years imprisonment
man sentenced 10 years imprisonment

By ETV Bharat Odisha Team

Published : Oct 31, 2023, 7:38 AM IST

କେନ୍ଦ୍ରାପଡା: ସାଙ୍ଗ ସାଜିଲା ସୈତାନ । ସାଙ୍ଗର ପତ୍ନୀଙ୍କୁ ଦୁଷ୍କର୍ମ କଲା ସାଙ୍ଗ । ଘଟଣାର 9 ବର୍ଷ ପରେ ଅଭିଯୁକ୍ତଙ୍କକୁ 10 ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ସୋମବାର ଏହି ଘଟଣାର ରାୟ ଶୁଣାଇଥିଲେ କେନ୍ଦ୍ରାପଡା ଫାର୍ଷ୍ଟଟ୍ରାକ କୋର୍ଟ । ଅଭିଯୁକ୍ତ ଜଣଙ୍କ ହେଉଛି ତପନ କୁମାର ସାହୁ ।

ପୀଡିତା ମହିଳାଙ୍କ ଘର କେନ୍ଦ୍ରାପଡା ପାଟକୁରା ଥାନା ଅଞ୍ଚଳରେ । ତାଙ୍କ ସ୍ୱାମୀ ଭୁବନେଶ୍ୱରରେ ରହି କାମ କରୁଥିବା ବେଳେ ସେଠାରେ ଖୋର୍ଦ୍ଧା ଜିଲ୍ଲା ଓସ୍ତପଡା ଗାଁର ତପନ କୁମାର ସାହୁ ଓରଫ ନିଲୁ ସହ ସମ୍ପର୍କ ସୃଷ୍ଟି ହୋଇଥିଲା। ତେବେ ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ଗାଁରେ ରହୁଥିବା ସୁଯୋଗ ନେଇ ବନ୍ଧୁ ପତ୍ନୀଙ୍କ ଉପରେ ଖରାପ ନଜର ପକାଇଥିଲା ତପନ । ଘଟଣା ଦିନ ଅର୍ଥାତ ୨୦୧୪ ମସିହା ଫେବୃଆରୀ ୨୬ ତାରିଖ ଦିନ ରାତିରେ ତପନ ପୀଡିତାଙ୍କ ଘରେ ପହଞ୍ଚି ରାତିରେ ଭୁବନେଶ୍ୱର ଫେରିବା ସମ୍ଭବ ହେଉନଥିବା କହିଥିଲା । ଏଥିସହ ପୀଡିତ ମହିଳାଙ୍କ ଘରେ ରହିବାକୁ ଅନୁରୋଧ କରିଥିଲା।

ଏହା ମଧ୍ୟ ପଢନ୍ତୁ-ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ 20 ବର୍ଷ ଜେଲ

ଏହାପରେ ସ୍ୱାମୀଙ୍କ ବନ୍ଧୁ ଭାବି ପୀଡିତା ଉକ୍ତ ରାତିରେ ତପନଙ୍କୁ ରହିବାର ସୁଯୋଗ ଦେଇଥିଲେ । ଏହାର ସୁଯୋଗ ନେଇ ତପନ କୌଶଳ କରି ପ୍ରଥମେ ପିଇବା ପାଇଁ ପାଣି ମାଗିଥିଲେ ପୀଡିତାଙ୍କୁ। ସେ ପାଣି ଆଣିଦେବାକୁ ଯିବା ସମୟରେ ତପନ ପୀଡିତାଙ୍କ ସହ ଘର ଭିତରେ ହିଁ ଦୁଷ୍କର୍ମ କରିଥିଲା । ଏକଥା କାହା ଆଗରେ କହିଲେ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦେଇଥିଲା ଅଭିଯୁକ୍ତ । ଜୁନ ୧ ୨୦୧୫ ମସିହାରେ ପୀଡିତାଙ୍କ ସ୍ୱାମୀଙ୍କୁ ତପନ ନିଜର କିଛି ସହଯୋଗୀଙ୍କ ମାଧ୍ୟମରେ ହତ୍ୟା କରିବା ଯୋଜନା ବି କରିଥିଲା । ସୌଭାଗ୍ୟବଶତଃ ପୀଡିତାଙ୍କ ସ୍ୱାମୀ ସେଠାରୁ ଖସି ଆସି ସମସ୍ତ କଥା ଜଣାଇବା ପରେ ଉଭୟ ପତିପତ୍ନୀ ପୋଲିସର ଦ୍ୱାରସ୍ତ ହୋଇଥିଲେ ।

ପୋଲିସ ପୀଡିତାଙ୍କ ଏତଲା ଆଧାରରେ ୧୬୦/୨୦୧୫ରେ ମାମଲା ରୁଜୁ କରି ୩୭୬,୫୦୬ ଭଳି ସଙ୍ଗୀନ ଦଫା ଲଗାଇ ଅଭିଯୁକ୍ତ ତପନ ସାହୁକୁ ଗିରଫ କରିଥିଲା । ତେବେ ୧୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଫାର୍ଷ୍ଟ ଟ୍ରାକ ବିଚାରପତି ତ୍ରିବିକ୍ରମ କେଶରୀ ଚିନ୍ନାରା ସୋମବାର ଅଭିଯୁକ୍ତ ତପନ ସାହୁକୁ ୧୦ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ରାୟ ଶୁଣାଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ଉକ୍ତ ମାମଲାକୁ ସରକାରୀ ଓକିଲ ସଞ୍ଜୟ ଜେନା ପରିଚାଳନା କରିଥିଲେ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details