କେନ୍ଦ୍ରାପଡା: ପୋଲିସ ଉପରକୁ ଚପଲ ଉଠାଇଲେ ଜଣେ ସାଧାରଣ ବ୍ୟକ୍ତି । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିବା ପାଇଁ ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରକୁ ଚପଲ ଉଠାଇଥିବା ଦେଖିବାକୁ ମିଳିଛ । ଘଟଣାର ପୁରା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଏପରି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ଥାନା ତିଲଙ୍ଗ କୋଠିଛକ ଠାରେ ଦେଖିବାକୁ ମିଳିଛି । ପୋଲିସ କର୍ମଚାରୀ ଜଣକ କୋଠିଛକରେ ଠିଆ ହୋଇ ଥିବାବେଳେ ଜଣେ ସ୍ଥାନୀୟ ବ୍ୟକ୍ତି ତାଙ୍କ ନିକଟକୁ ଯାଇ ପାଦରୁ ଚପଲ ବାହାର କରି ପୋଲିସ କର୍ମଚାରୀଙ୍କୁ ମାରିବାକୁ ବାହାରିଥିଲେ । କେବଳ ସେତିକି ନୁହେଁ, ବ୍ୟକ୍ତି ଜଣକ ପୋଲିସ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରୁଥିବା ଭିଡିଓରେ ଶୁଣିବାକୁ ମିଳୁଛି ।