ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ କଙ୍ଗାରୁ କୋର୍ଟ, ଚୋରି ଅଭିଯୋଗରେ ଯୁବକଙ୍କୁ ସିଗାରେଟ ଚେଙ୍କ - କେନ୍ଦ୍ରାପଡା ଭାଇରାଲ ଭିଡିଓ

କେନ୍ଦ୍ରାପଡାରେ କଙ୍ଗାରୁ କୋର୍ଟ । ଚୋରି ଅଭିଯୋଗରେ ନୃଶଂସ ଭାବେ ମାଡ ମାରିବା ସହ ଦେଲେ ବିଦ୍ୟୁତ ଆଘାତ । ଜନ ପ୍ରତିନିଧି ସିଗାରେଟ୍ ଲଗାଇ ଶାସନ ପ୍ରଣାଳୀ ଦେଖିଲେ । ଅଧିକ ପଢନ୍ତୁ...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ମାଡ ମାରିଲେ, ବିଦ୍ୟୁତ ସକ୍ ଦେଲେ: ଜନପ୍ରତିନିଧି ନିଗାରେଟ୍ ଲଗାଇ ଦେଖିଲେ
କଙ୍ଗାରୁ କୋର୍ଟରେ ଯୁବକଙ୍କୁ ମାଡ ମାରିଲେ, ବିଦ୍ୟୁତ ସକ୍ ଦେଲେ: ଜନପ୍ରତିନିଧି ନିଗାରେଟ୍ ଲଗାଇ ଦେଖିଲେ

By

Published : Oct 19, 2021, 4:08 PM IST

କେନ୍ଦ୍ରାପଡା: ତୋଗଲକ ଶାସନର ଆଉ ଏକ ନମୁନା ଦେଖିବାକୁ ମିଳିଛି କେନ୍ଦ୍ରାପଡାରେ । ଟଙ୍କା ଚୋରି ଅଭିଯୋଗରେ ଯୁବକଙ୍କୁ ଜଣେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ନିସ୍ତୁକ ମାଡ଼ ମରାଯାଇଥିବା ଦେଖିବାକୁ ମିଳିଛି ।

କେନ୍ଦ୍ରାପଡାରେ କଙ୍ଗାରୁ କୋର୍ଟ, ସିଗାରେଟ ଲଗାଇ ମଜା ନେଲେ ଜନପ୍ରତିନିଧି

ଏପରିକି ବ୍ରିଟିଶ ଶାସନ ଫର୍ମୁଲାରେ ଦୋଷ ମାନିବାକୁ କୁହାଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଶେଷରେ ଯୁବକ ଜଣକ ମଧ୍ୟ ଯନ୍ତ୍ରଣା ସହିନପାରି ଚୋରି କରିଥିବା ମାନିଛନ୍ତି । ସତରେ ଚୋରି କରିଥାନ୍ତୁ କିମ୍ବା ମାଡ ଭୟରେ ହେଉ ଯୁବକ ଜଣକ ଏପରି ଭାବରେ ହଁ ମୁଁ ନେଇଛି... ହଁ ମୁଁ ନେଇଛି କହୁଛନ୍ତି ତାହା ଶୁଣିଲେ ଯେକୌଣସି ବ୍ୟକ୍ତିର ମଧ୍ୟ ହୃଦୟ ଦୋହଲି ଯିବ ।

ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା-ସାହୁପଡାରେ ଥିବା ଏକ ପେଟ୍ରୋଲ ପମ୍ପରେ ମହାକଳାପଡା ବିଜୟନଗର ଅଞ୍ଚଳର ଯୁବକ ସ୍ମୃତିରଞ୍ଜନ ନାଥ କାମ କରୁଥିଲେ । ଉକ୍ତ ପେଟ୍ରୋଲ ପମ୍ପରୁ ଟଙ୍କା ଚୋରି ହୋଇଥିବାବେଳେ ସ୍ମୃତିଙ୍କ ଉପରେ ସନ୍ଦେହ କରି ପେଟ୍ରୋଲ ପମ୍ପ ମାଲିକ ଅଶୋକ ପତି ବିଜୟନଗରରେ ପହଞ୍ଚି ସେଠାକାର ସରପଞ୍ଚ ସୋମନାଥ ତ୍ରିପାଠୀ, ବଳିପାଳ ସରପଞ୍ଚ ପଞ୍ଚାନନ ସ୍ୱାଇଁ, ବଳିପାଳ ସମିତିସଭ୍ୟଙ୍କ ପ୍ରତିନିଧି ତାପସ ପ୍ରଧାନଙ୍କୁ ଜଣାଇଥିଲେ ।

ଏହାପରେ ସ୍ମୃତିଙ୍କ ବାପାଙ୍କୁ ଡକାଇ ଆରମ୍ଭ କରିଥିଲେ ତୋଗଲକୀ ଅତ୍ୟାଚାର । ଜନପ୍ରତିନିଧିମାନେ ସିଗାରେଟ ଲଗାଇ ବସିଥିବା ସହ ଅନ୍ୟଜଣେ ବ୍ୟକ୍ତି ସ୍ମୃତିଙ୍କୁ ନୃଶଂସ ଭାବେ ମାଡ଼ ମାରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଏପରିକି ତାଙ୍କୁ କରେଣ୍ଟ ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି । ନିର୍ବାଚିତ ଲୋକ ପ୍ରତିନିଧିମାନେ ଏହି କଙ୍ଗାରୁ କୋର୍ଟର ଭରପୁର ମଜା ଉଠାଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଅନ୍ୟପଟେ ସ୍ମୃତି ଚୋରି ନେଇ ସତ ମାନିବା ସହ କେଉଁଆଡେ ଫେରାର୍ ହୋଇଯାଇଛନ୍ତି । ତାଙ୍କ ବାପାଙ୍କ ମଧ୍ୟ କୌଣସି ଖୋଜ ଖବର ନାହିଁ । ପ୍ରଶ୍ନ ଉଠୁଛି ଆଇନ ଶୃଙ୍ଖଳା ଏବଂ ଆଇନଗତ ଦଣ୍ଡ ବିଧାନ ଥାଇ ମଧ୍ୟ ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ଏପରି କଙ୍ଗାରୁ କୋର୍ଟ ବସିଲା କିପରି । ଏହାର ତୁରନ୍ତ ତଦନ୍ତ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜନସାଧାରଣ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details