କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପକ୍ଷୋଟ ଠାରେ ମକର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଅପରାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।
କେନ୍ଦ୍ରାପଡା ମକର ମହୋତ୍ସବରେ ଯୋଗଦେଲେ ରାଜ୍ୟପାଳ - ଯୋଗଦେଲେ ରାଜ୍ୟପାଳ
ବୁଧବାର କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପକ୍ଷୋଟ ଠାରେ ମକର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବହୁ ଲୋକଙ୍କ ସମାଗମ ହୋଇଥିଲା ।
pakshyata in kendrapara
ଉତ୍ସବରେ ଯୋଗଦେଇ ଜଳ ସମ୍ପଦ ମନ୍ତ୍ରୀ କହିଛନ୍ତି ଲୋକମାନଙ୍କ ମନୋରଞ୍ଜନ ସହ ଏହି ଦ୍ବିପାଞ୍ଚଳର ସମସ୍ୟାକୁ ସରକାରଙ୍କ ଦୃଷ୍ଟିକୁ ଆଣିବା ପାଇଁ ଏହା ଏକ ମାଧ୍ୟମ ହୋଇପାରିଛି । ଏହାସହ ଅଞ୍ଚଳର ସମସ୍ୟା ସହିତ ଅବଗତ ଥିବା ଓ ମାନ୍ୟବର ରାଜ୍ୟପାଳ ଆସି ଏହି ମାଟିକୁ ସାର୍ଥକ କରିଥିବା ସେ କହିଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି ଅଞ୍ଚଳରେ ଦୁଇଟି ପୋଲ କରାଯିବ ଏବଂ ରାସ୍ତାଘାଟ ସମସ୍ୟାକୁ ଦୂର କରାଯିବ ବୋଲି ଘୋଷଣା କରିଛନ୍ତି । ଉତ୍ସବରେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ଅଞ୍ଚଳର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ