କେନ୍ଦ୍ରାପଡ଼ା:ଶେଷରେ ନିଲମ୍ବିତ ହେଲେ ବ୍ୟଭିଚାରୀ ଶିକ୍ଷକ । ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଶହ ଶହ ଛାତ୍ରଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟ ଫାଟକ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।
ସମ୍ମାନୀୟ ରାଷ୍ଟ୍ରପତିଙ୍କ ଦ୍ଵାରା ଆଦର୍ଶ ପୁରସ୍କାର ପାଇଁ ସୁପାରିଶ କରାଯାଇଥିବା ମହାକାଳପଡ଼ା ଅଞ୍ଚଳର ବିଜ୍ଞାନ ଶିକ୍ଷକ ବିଶ୍ବମ୍ବର ପରିଡାଙ୍କ ନାଁରେ ଜନୈକା ଛାତ୍ରୀଙ୍କୁ ଅସଦାଚରଣ ନେଇ ଅଭିଯୋଗ ଆସିଥିଲା । ଅଭିଯୋଗ ପାଇବା ପରେ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ବଦଳରେ ଚଞ୍ଚକତା କରି ଜିଲ୍ଲା ଶିକ୍ଷାଧିକାରୀ ଶିକ୍ଷକ ବିଶ୍ବମ୍ବରଙ୍କୁ ରାଜନଗର ବ୍ଲକର ଏକ ବିଦ୍ୟାଳୟକୁ ଡେପୁଟେସନରେ ପଠାଇଥିବା ନେଇ ଏକ ଚିଠି କରିଥିଲେ।