କେନ୍ଦ୍ରାପଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରି ନିଲମ୍ବିତ ହେଲେ ମା' ତାରିଣୀ କଲେଜର ଅଧ୍ୟକ୍ଷ । ଆଜି(ମଙ୍ଗଳବାର) ମୁଖ୍ୟ ନିର୍ବାଚନ କମିଶନ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଏନେଇ ନିର୍ଦ୍ଦେଶ ଦେବା ପରେ ଜିଲ୍ଲା ପ୍ରଶାସନ କଲେଜ ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଦାସଙ୍କୁ ନିଲମ୍ବିତ କରିଛି ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଗଡ଼ରୋମିତ ଗାଁରେ ଗତ ରବିବାର ଜୟଚନ୍ଦ୍ରପୁର ମା' ତାରିଣୀ ଉଚ୍ଚତ୍ତର ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଦାସଙ୍କ ସମେତ ସାଲେପୁର ଏସଡିପିଓ ପ୍ରଶାନ୍ତ ମାଝୀ ଏକ ନିର୍ବାଚନୀ ସଭାରେ ଯୋଗଦେଇ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଚୟନ କରିଥିଲେ । ଏନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ଓ 'ଇଟିଭି ଭାରତ'ରେ ଖବର ପ୍ରସାରଣ ପରେ ମୁଖ୍ୟ ନିର୍ବାଚନ କମିଶନ ଗତକାଲି ଜିଲ୍ଲା ପ୍ରଶାସନକୁ ତୁରନ୍ତ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ:- ମା' ତାରିଣୀ କଲେଜରେ ନିର୍ବାଚନୀ ସଭା ପ୍ରସଙ୍ଗ: କଲେଜ ଅଧ୍ୟକ୍ଷ ଓ SDPOଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ